ବିଶ୍ୱକପ୍‌: ଟିମ୍‌ ଇଣ୍ଡିଆର ୨ୟ ଅଭ୍ୟାସ୍‌ ମ୍ୟାଚ୍‌ ଜାରି, ରାହୁଲଙ୍କ ଶତକ, ସ୍କୋର ୫/୨୮୦

କାର୍ଡିଫ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପ୍‌ ୨୦୧୯ ପୂର୍ବରୁ ଟିମ୍‌ ଇଣ୍ଡିଆ ମଙ୍ଗଳବାର ନିଜର ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ବାଂଲାଦେଶକୁ ଭେଟିଛି। କାର୍ଡିଫର ସୋଫିଆ ଗାର୍ଡେନରେ ଖେଳ ଜାରିଥିବା ଏହି ମ୍ୟାଚରେ ବାଂଲାଦେଶ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ ଜାରି ରଖିଛି। ରିପୋର୍ଟ ଲେଖାଯିବା ବେଳକୁ ଭାରତ ୪୫ ଓଭରରେ ୫ ଓ୍ଵିକେଟ୍‌ ହରାଇ ୨୮୦ ରନ୍‌ କରିଛି।

ଭାରତ ସ୍କୋର ୧୦୨ ରନ୍‌ରେ ୪ଟି ଓ୍ଵିକେଟ ହରାଇଥିଲା। ଧୋନି ଓ ଲୋକେଶ ରାହୁଲ ୫ମ ଓ୍ଵିକେଟରେ ଶତାଧିକ ରନ୍‌ ଭାଗିଦାରୀ ହୋଇପାରିଛନ୍ତି। ଲୋକେଶ ରାହୁଲ ୯୪ଟି ବଲ ଖେଳି ୧୦୦ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ୧୨ଟି ଚୌକା ଓ ୩ଟି ଛକା ସାମିଲ ରହିଛି।

ଭାରତର ସ୍କୋର ବୋର୍ଡ

ରୋହିତ ଶର୍ମା: ୧୯ ରନ୍‌, ୪୨ ବଲ୍‌, ୧ ଚୌକା
ଶିଖର ଧାଓ୍ଵନ: ୧ ରନ୍‌, ୯ ବଲ୍‌
ବିରାଟ କୋହଲି: ୪୭ ରନ୍‌, ୪୬ ବଲ, ୫ ଚୌକା
ଲୋକେଶ ରାହୁଲ: ୧୦୮ ରନ୍‌, ୯୯ ବଲ, ୧୨ ଚୌକା, ୪ ଛକା
ବିଜୟ ଶଙ୍କର: ୨ ରନ୍‌, ୭ ବଲ,
ମହେନ୍ଦ୍ର ସିଂହ ଧୋନି: ୭୯ ରନ୍‌, ୬୫ବଲ, ୫ ଚୌକା, ୩ ଛକା
ହାର୍ଦ୍ଦିକ ପାଣ୍ଡ୍ୟା: ୩ ରନ୍‌, ୩ ବଲ

ସମ୍ବନ୍ଧିତ ଖବର