ଆଇପିଏଲ : ଦିଲ୍ଲୀକୁ ୬ ରନରେ ହରାଇଲା ଲକ୍ଷ୍ନୌ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୪୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲକୁ ୬ ରନରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜାୟାଣ୍ଟସ ।

ଲକ୍ଷ୍ନୌ ଦ୍ବାରା ରଖାଯାଇଥିବା ୧୯୬ ରନର ପିଛା କରିବାକୁ ଯାଇ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୧୮୯ ରନ କରିପାରିଥିଲା । ଦଳ ପକ୍ଷରୁ ଋଷଭ ପନ୍ତ ୪୪ ରନ, ଅକ୍ଷର ପଟେଲ ୪୨ ରନ, ମିଚେଲ ମାର୍ସ ୩୭ ଓ ରୋଭମାନ ପାଓ୍ବେଲ ୩୫ ରନ କରିଥିଲେ । ଲକ୍ଷ୍ନୌ ପକ୍ଷରୁ ମହସିନ ଖାଁ ୪ଟି ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଲକ୍ଷ୍ନୌ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଲକ୍ଷ୍ନୌ ଉତ୍ତମ ଦଳଗତ ପ୍ରଦର୍ଶନ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୧୯୫ ରନର ଏକ ବଡ଼ ସ୍କୋର ଛିଡ଼ା କରିପାରିଥିଲା । ଦଳ ପକ୍ଷରୁ ଅଧିନାୟକ କେ.ଏଲ.ରାହୁଲ ସର୍ବାଧିକ ୭୭ ରନ, ଦିପକ ହୁଦା ୫୨ ରନ କରିଥିବାବେଳେ କ୍ବିଣ୍ଟନ ଡିକକ୍ ୨୩ ରନ କରିଥିଲେ । ମାର୍କସ ଷ୍ଟଇନିସ୍ ୧୭ ରନ କରିଥିଲେ । ଦିଲ୍ଲୀ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୩ଟି ଯାକ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର