ମହମ୍ମଦ ଇମ୍ରାନ୍‌ ସ୍ମାରକୀ ଟ୍ବିନ୍‌ ସିଟି କ୍ରିକେଟ୍‌ ୩ରୁ

ଭୁବନେଶ୍ବର: ବାଲିଅନ୍ତା ବ୍ଲକ୍‌ ବାଙ୍ଗୁଆରିର ନବଗଠିତ ଶ୍ରୀ ଜୟଦେବ ସ୍ପୋର୍ଟସ ଆସୋସିଏସନ୍‌ ପକ୍ଷରୁ ପ୍ରଥମ ମହମ୍ମଦ ଇମ୍ରାନ୍‌ ସ୍ମାରକୀ ଟ୍ବିନ୍‌ ସିଟି (୧୭ ବର୍ଷରୁ କମ୍‌) ଅନ୍ତଃ କ୍ଲବ୍‌ କ୍ରିକେଟ୍ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଭୁବନେଶ୍ବର-କଟକ ଟ୍ବିନ୍‌ ସିଟିର ୮ଟି ପ୍ରମୁଖ କ୍ଲବକୁ ନେଇ ଏହି ପ୍ରତିଯୋଗିତା ନଭେମ୍ବର ୩ରୁ ୧୩ ତାରିଖ ପର୍ଯ୍ୟନ୍ତ ନହରକଣ୍ଟାସ୍ଥିତ ଶ୍ରୀ ଜୟଦେବ ମହାବିଦ୍ୟାଳୟ‌ ଖେଳ ପଡିଆରେ ଖେଳାଯିବ। ୩୦ ଓଭର ପାଳି ବିଶିଷ୍ଟ ଏହି ପ୍ରତିଯୋଗିତାରେ ବିଜେତା ଏବଂ ଉପବିଜେତା ଦଳକୁ ଆକର୍ଷଣୀୟ ଟ୍ରଫି ସହିତ ଆର୍ଥିକ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ। ସମସ୍ତ ମ୍ୟାଚ୍‌ରେ ଧଳା ବଲ ବ୍ୟବହୃତ ହେବ ଏବଂ ଖେଳାଳିମାନେ ରଙ୍ଗୀନ‌ ପୋଷାକ ପରିଧାନ କରିବେ ବୋଲି କହିଥିଲେ ପ୍ରତିଯୋଗିତାର ମ୍ୟାଚ୍‌ ରେଫରି ସିପି ମହାପାତ୍ର। ଯୁବ ଖେଳାଳିଙ୍କୁ ଗଢ଼ି ତୋଳିବା ଓ ପର୍ଯ୍ୟାପ୍ତ ସ‌ୁଯୋଗ ଦେବା ପାଇଁ ଏହି ପ୍ରତିଯୋଗିତା ଏକ ପ୍ରୟାସ ବୋଲି କହିଥିଲେ ସଂଘର ସଭାପତି ପ୍ରଦୀପ କୁମାର ଜେନା। ଶନିବାରର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଜୟଦେବ କ୍ରୀଡ଼ା ସଂଘର ସମ୍ପାଦକ ଶରତ ଚନ୍ଦ୍ର ସାହୁ, ସଦସ୍ୟ ସୁଶାନ୍ତ କୁମାର ଦାସ, ଶ୍ରୀଜୟଦେବ ମହାବିଦ୍ୟାଳୟର କ୍ରୀଡ଼ା ଅଧିକାରୀ ଦକ୍ଷବ୍ରହ୍ମା ରାଉତରାୟ ଉପସ୍ଥିତ ଥିଲେ।

ଖେଳସୂଚୀ: ନଭେମ୍ବର ୩: ଗ୍ରିନ୍‌ କ୍ରିକେଟ୍‌ ଏକାଡେମି ବନାମ ୟୁନିୟନ ସ୍ପୋର୍ଟିଂ। ନଭେମ୍ବର ୪: ରାଇଜିଂ ଷ୍ଟୁଡେଣ୍ଟ୍‌ ବନାମ ରାମେଶ୍ବର‌ ସ୍ପୋର୍ଟିଂ, ନଭେମ୍ବର ୫: ଜୁଭେନାଇଲ କ୍ରିକେଟ୍ ଏକାଡେମି ବନାମ ସହିଦ ସ୍ପୋର୍ଟିଂ, ନଭେମ୍ବର ୬: ପାରାମାଉଣ୍ଟ୍ ସ୍ପୋର୍ଟିଂ ବନାମ ପ୍ରଗତି ସ୍ପୋର୍ଟିଂ। ନଭେମ୍ବର ନଭେମ୍ବର ୧୧: ପ୍ରଥମ ସେମିଫାଇନାଲ (୩ ଓ ୫ ତାରିଖ ବିଜେତା ମଧ୍ୟରେ), ନଭେମ୍ବର ୧୨: ଦ୍ବିତୀୟ ସେମିଫାଇନାଲ୍‌ (୪ ଓ ୬ ତାରିଖ ବିଜେତା ମଧ୍ୟରେ)। ନଭେମ୍ବର ୧୩: ଗ୍ରାଣ୍ଡ୍‌ ଫାଇନାଲ୍‌।

ସମ୍ବନ୍ଧିତ ଖବର