ମାଲିଙ୍ଗାଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ଦ୍ରୁତ ବୋଲର ଲସିତ ମାଲିଙ୍ଗାଙ୍କୁ ଶ୍ରୀଲଙ୍କା କ୍ରିକେଟ୍‌ ପକ୍ଷରୁ ଆ‌ଇପିଏଲ୍‌ ଖେଳିବାକୁ ମଙ୍ଗଳବାର ଅନୁମତି ମଳିଛି। ବିଶ୍ବକପ୍‌ ଦଳ ଚୟନ ଲାଗି ଶ୍ରୀଲଙ୍କାରେ ଚଳିତ ମାସ ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ହେବକୁଥିବା ଘରୋଇ କ୍ରିକେଟ୍‌‌ ଅନୁଷ୍ଠିତ ହେବ। ଏଥିରେ ଖେଳିବା ଲାଗି ମାଲିଙ୍ଗା ମୁମ୍ବାଇ ପକ୍ଷରୁ ୨୮ ଓ ୩୦ ତାରିଖ ଦୁଇଟି ମ୍ୟାଚ୍‌ ଖେଳି ଶ୍ରୀଲଙ୍କା ଫେରିବାକୁ ସ୍ଥିର ହୋଇଥିଲା। ହେଲେ ଏହି ଘରୋଇ ଦିନିକିଆ ନ ଖେଳି ମାଲିଙ୍ଗା ଆଇପିଏଲ୍‌ରେ ଖେଳିପାରିବେ ବୋଲି ମଙ୍ଗଳବାର ଶ୍ରୀଲଙ୍କା କ୍ରିକେଟ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ୨୦୦୮ରୁ ଆଇପିଏଲ୍‌ ଖେଳି ଆସୁଥିବା ମାଲିଙ୍ଗା ୧୧୦ ମ୍ୟାଚ୍‌ ଖେଳି ୧୫୪ ୱିକେଟ୍‌ ହାସଲ କରିସାରିଛନ୍ତି। ଗତ ଜାନୁଆରିରେ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ଦୁଇ କୋଟି ଟଙ୍କାରେ କିଣିଥିଲା। ୨୦୧୮ରେ ତାଙ୍କୁ କୌଣସି ଦଳ ନ‌ କିଣିବାରୁ ସେ ମୁମ୍ବାଇ ଇଣ୍ଡିଆନ୍ସର ମେଣ୍ଟର ଭାବେ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର