ତୃତୀୟ ରାଉଣ୍ଡରେ ଅଷ୍ଟ୍ରିଆର ସୋଫିଆ ପୋଲକାନୋଭାଙ୍କଠାରୁ ହାରିଲେ ଭାରତର ଷ୍ଟାର ଟେବୁଲ ଟେନିସ୍ ଖେଳାଳି ମନିକା ବାତ୍ରା

ଟୋକିଓ: ଗତକାଲି ଭାରତର ଷ୍ଟାର ଟେବୁଲ ଟେନିସ୍ ଖେଳାଳି ମନିକା ବାତ୍ରାଙ୍କର ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଥିବା ବେଳେ ଆଜି ସେ ଭାରତକୁ ନିରାଶ କରିଛନ୍ତି | ଟୋକିଓ ଅଲିମ୍ପିକ୍ସରେ ଭାରତର ମନିକା ବାତ୍ରାଙ୍କ ଯାତ୍ରା ଶେଷ ହୋଇଛି।

ତୃତୀୟ ରାଉଣ୍ଡ ମ୍ୟାଚରେ ସେ ଅଷ୍ଟ୍ରିଆର ସୋଫିଆ ପୋଲକାନୋଭାଙ୍କଠାରୁ ପରାଜୟ ହୋଇଛନ୍ତି । ମନିକା ୦-୪ରେ ପରାସ୍ତ ହୋଇଥିବା ଜଣାପଡ଼ିଛି। ସୋଫିଆ ପୋଲକାନୋଭା ପ୍ରଥମ ଖେଳ ୧୧-୮, ଦ୍ୱିତୀୟ ୧୧-୨, ତୃତୀୟ ୧୧-୫ ଏବଂ ଚତୁର୍ଥ ୧୧-୭ରେ ଜିତିଛନ୍ତି | ଏହି ମ୍ୟାଚ୍ ମୋଟ ୨୭ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ବେଳେ ମନିକା ସୋଫିଆଙ୍କୁ କଡ଼ା ଟକ୍କର ଦେବାକୁ ଚେଷ୍ଟା କରି ମଧ୍ୟ ହାରି ଯାଇଥିଲେ ​​|

India at Tokyo Olympics: Live Updates from July 25 (Reuters Photo)
indiatoday.in

ଗତକାଲି ସେ ଓମେନ ସିଙ୍ଗିଲ ଦ୍ୱିତୀୟ ରାଉଣ୍ଡରେ ବିଜୟୀ ହୋଇ ପରବର୍ତ୍ତୀ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । କଡ଼ା ମୁକାବିଲାରେ ସେ ୟୁକ୍ରେନର ମାର୍ଗାରିଟା ପେସୋଟସ୍କାଙ୍କୁ ୪-୩ରେ ହରାଇଥିଲେ । ମନିକା ମାର୍ଗାରିଟା ପେସୋଟସ୍କାଙ୍କୁ ୪-୧୧, ୪-୧୧, ୧୧-୦୭, ୧୨-୧୦, ୮-୧୧, ୧୧-୧୫ ଓ ୧୧-୧୭ରେ ହରାଇ ବିଜୟୀ ହୋଇଥିଲେ । ପଞ୍ଚମ ଗେମ୍ ପର୍ଯ୍ୟନ୍ତ କଡ଼ା ମୁକବିଲା ଦେଖିବାକୁ ମିଳିଥିଲା । ହେଲେ ଷଷ୍ଠ ରାଉଣ୍ଡରେ ବିଜୟୀ ହୋଇଥିଲେ ମନିକା।

ସମ୍ବନ୍ଧିତ ଖବର