ହୋଣ୍ଡା ଚାଳକ ମାର୍କ ମାର୍କ୍ବେଜଙ୍କୁ ଷଷ୍ଠ ମୋଟୋ ଜିପି ଟ୍ରଫି

ବ୍ୟାଙ୍କକ୍ : ହୋଣ୍ଡା ଚାଳକ ମାର୍କ ମାର୍କ୍ବେଜ୍ ଲଗାତାର ଚତୁର୍ଥ ଏବଂ ମୋଟ ଉପରେ ଷଷ୍ଠ ଥର ପାଇଁ ମୋଟୋଜିପି ବିଜେତା ହୋଇଛନ୍ତି। ମୋଟର ସାଇକେଲ୍ ଚାଳନାର ଫର୍ମୁଲା ୱାନ୍ ରେସ୍ ଭାବେ ପରିଚିତ ଏହି ପ୍ରତିଯୋଗିତାରେ ଥାଇଲାଣ୍ଡ ଗ୍ରାଁ ପ୍ରି ଜିତିବା ପରେ ମାର୍କ୍ବେଜ୍ ଚଳିତ ବର୍ଷର ଟ୍ରଫି ବିଜେତା ହୋଇଥିଲେ। ନିକଟତମ ପ୍ରତିଦ୍ବନ୍ଦ୍ବୀ ଫାବିଓ କ୍ବାର୍ତାରାରାଙ୍କୁ ପଛରେ ପକାଇ ସେ ଏହି ଅନନ୍ୟ ସଫଳତା ଲାଭ କରିଥିଲେ। ଚଳିତ ବର୍ଷର ଚାରିଟି ‌ରେସ୍ ବାକି ଥାଇ ସେ ବିଜେତା ଟ୍ରଫି ଜିତି ନେଇଛନ୍ତି। ୨୬ ବର୍ଷୀୟ ମାର୍କ୍ବେଜ୍ ୨୦୧୦ରେ ୧୨୫ ସିସି ଏବଂ ୨୦୧୨ରେ ମୋଟା-୨ ଟ୍ରଫି ଜିତିଥିଲେ। ଏଣୁ ସଂପ୍ରତି ତାଙ୍କ ପାଖରେ ଆଠଟି ବିଶ୍ବ ଟାଇଟଲ ରହିଛି।

ସମ୍ବନ୍ଧିତ ଖବର