କ୍ରିକେଟ୍‌ ଛାଡ଼ିଲେ ମ୍ୟାକଲମ

ଅକଲାଣ୍ଡ: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ୍‌ ମ୍ୟାକଲମ୍‌ ସୋମବାର ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ମ୍ୟାକଲମ୍‌ ସଂପ୍ରତି ଟରଣ୍ଟୋ ନ୍ୟାସ୍‌ନାଲ ପକ୍ଷରୁ ଗ୍ଲୋବାଲ ଟ୍ବେଣ୍ଟି-୨୦ ଖେଳୁଛନ୍ତି। ଏହି ଲିଗ୍ ହିଁ ତାଙ୍କର ଶେଷ ପ୍ରତିଯୋଗିତା ହେବ ବୋଲି ମ୍ୟାକଲମ୍ କହିଛନ୍ତି। ୨୦୧୬ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇ ସାରିଥିବା ମ୍ୟାକ୍‌ଲମ ବିଶ୍ବର ବିଭିନ୍ନ ଲିଗ୍‌ରେ ଖେଳ ଜାରି ରଖିଥିଲେ। ‌୩୭ ବର୍ଷୀୟ ଏହି ନ୍ୟୁଜିଲାଣ୍ଡ ତାରକା ୧୦୧ ଟେଷ୍ଟ୍‌ ଖେଳି ୧୨ ଶତକ ସହ ୬୪୫୩ ରନ୍‌ କରିଥିଲା ବେଳେ ୨୬୦ ଦିନିକିଆ ଖେଳି ୫ ଶତକ ସହ ୬୦୮୩ ଏବଂ ୭୧ ଟ୍ବେଣ୍ଟି-୨୦ରୁ ୨୧୪୦ ରନ୍‌ କରିଛନ୍ତି। ସମସ୍ତ ଲିଗ୍‌ ଟ୍ବେଣ୍ଟି-୨୦କୁ ମିଶାଇ ସେ ୩୭୦ ମ୍ୟାଚ୍‌ରୁ ୯୯୨୨ ରନ୍‌ କରିଛନ୍ତି।

ସମ୍ବନ୍ଧିତ ଖବର