ଡୋପ୍‌ ଠକେଇରେ ପ୍ରମୁଖ କ୍ରୀଡ଼ାବିତ୍‌

ନୂଆଦିଲ୍ଲୀ: ଦେଶର ବହୁ ପ୍ରମୁଖ କ୍ରୀଡ଼ାବିତ୍‌ ନିଷିଦ୍ଧ ଔଷଧ ବ୍ୟବହାର କରିବାରେ ଆଦୗ ଭୟ କରୁନଥିବା ଦେଖାଯାଇଛି। ଯାହାଦ୍ବାରା ଭାରତୀୟ କ୍ରୀଡ଼ାବିତ୍‌ମାନେ ଡୋପ୍‌ ଟେଷ୍ଟରେ ଧରାପଡ଼ିବା ଘଟଣା କମୁନାହିଁ। ବର୍ତ୍ତମାନ ଭାରୋତ୍ତୋଳନର ତିନିଜଣ ଜାତୀୟ ବିଜେତା ଏହି ମାମଲାରେ ବିବାଦ ଘେରକୁ ଆସିଛନ୍ତି। ସେମାନେ ହେଉଛନ୍ତି ମଣିପୁରର ୬୪ କିଗ୍ରା ବର୍ଗର ଥସାନା ଚାନୁ, ପଞ୍ଜାବର ୭୧ କିଗ୍ରା ବର୍ଗର ସରବଜୀତ କୌର ଓ ୮୧ କିଗ୍ରା ବର୍ଗର ମନପ୍ରୀତ କୌର। ଏହି କ୍ରୀଡ଼ାବିତ୍‌ମାନେ ଡୋପ୍‌ ଟେଷ୍ଟରୁ ବର୍ତ୍ତିବା ପାଇଁ ସେମାନଙ୍କ ନମୁନା ଦେବାକୁ ମନା କରିଦେଇଛନ୍ତି। ଏମାନଙ୍କ ବ୍ୟତୀତ କବାଡ଼ି ଖେଳାଳି ଭୂପିନ୍ଦର ସି˚ହ ଓ ଜାଭେଲିନ୍‌ ଖେଳାଳି ଅମିତ ଦାହିଆ ମଧ୍ୟ ଏହି ତାଲିକାରେ ଅଛନ୍ତି। ଉପରୋକ୍ତ ତିନିଜଣ ଭାରୋତ୍ତୋଳକ ଗତ ଫେବ୍ରୁଆରିରେ ବିଶାଖାପାଟନମ୍‌ରେ ନିଜନିଜ ଓଜନ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ।

ଚଳିତ ବର୍ଷର ରାଜ୍ୟଗୋଷ୍ଠୀ ପ୍ରତିଯୋଗିତାରେ ମନପ୍ରୀତ ୭୬ କିଗ୍ରା ବର୍ଗରେ ରୌପ୍ୟ ପଦକ ମଧ୍ୟ ହାସଲ କରିଥିଲେ। ଏହି ସମସ୍ତ କ୍ରୀଡ଼ାବିତ୍‌ମାନେ ଜାତୀୟ ପ୍ରତିଯୋଗିତା ସମୟରେ ଡୋପ୍‌ ଟେଷ୍ଟ ବେଳେ ଧରାପଡ଼ିଥିଲେ ଏବ˚ ସେମାନଙ୍କୁ ନାଡା ଦ୍ବାରା ସାମୟିକ ଭାବେ ବାସନ୍ଦ କରାଯାଇଥିଲା। ଚାନୁଙ୍କୁ ମେ’ ୧୦ ଓ ସରବଜୀତଙ୍କୁ ମେ’ ୨୩ ତାରିଖରୁ ବାସନ୍ଦ କରାଯାଇଛି। ଦାହିୟାଙ୍କୁ ଜାତୀୟ ଜାଭେଲିନ୍‌ ଥ୍ରୋ ପ୍ରତିଯୋଗିତା ବେଳେ ଡୋପ୍‌ ଅଧିକାରୀମାନେ ତାଙ୍କର ମୂତ୍ର ନମୁନା ପରୀକ୍ଷଣ ପାଇଁ କହିଥିଲେ। କିନ୍ତୁ ଦାହିୟା ପ୍ରକ୍ସି କରି ଏହି ପ୍ରତିଯୋଗିତାରେ ଖେଳୁଥିବା ଅଧିକାରୀମାନେ ଜାଣିବାକୁ ପାଇଥିଲେ। ପରେ ତାଙ୍କୁ ପ୍ରତିଯୋଗିତାସ୍ଥଳିରୁ ବାହାର କରିଦିଆଯାଇଥିଲା। ଏହାପରଠୁ ଦାହିୟାଙ୍କ କୌଣସି ପତ୍ତା ମିଳିନଥିଲା। ସେବେଠାରୁ ଦାହିୟା ଧରାପଡ଼ିବା ଭୟରେ ନମୁନା ପରୀକ୍ଷଣକୁ ଏଡ଼ାଇ ଆସୁଥିଲେ। ଯେଉଁଥିପାଇଁ ନାଡା ତାଙ୍କୁ ଆଣ୍ଟି ଡୋପି˚ ନିୟମର ଅବମାନନା କରିଥିବା ଦର୍ଶାଇଛି। ତେଣୁ ତାଙ୍କର ଏହି ମାମଲାକୁ ନାଡାର ଆଣ୍ଟି ଡୋପି˚ ଶୃଙ୍ଖଳାଗତ ପ୍ୟାନେଲ (ଏଡିଡିପି) ରେ ଶୁଣାଣି କରାଯିବ। ଏହି ପ୍ରତିଯୋଗିତାରେ ଦାହିୟା କା˚ସ୍ୟ ପଦକ ଜିତିଥିଲା ବେଳେ ତାଙ୍କୁ ଜୁଲାଇ ୧୬ ତାରିଖରୁ ବାସନ୍ଦ କରାଯାଇଛି।

ଏମାନଙ୍କ ବ୍ୟତୀତ ପାରା ଶକ୍ତିଉତ୍ତୋଳକ ପରବିନ୍ଦର ସି˚ହ, ପୁରୁଷ ଫ୍ରି ଷ୍ଟାଇଲ ଭାରୋତ୍ତୋଳକ (୯୭ କିଗ୍ରା) ରବୀନ୍ଦର କୁମାର, ଶକ୍ତି ଉତ୍ତୋଳନର ରାବନ କ୍ବାଦ୍ରି, ବଡି ବିଲ୍ଡି˚ର ବିରାଜ ଶର୍ମା (୭୦ କିଗ୍ରା), ହିରକଜ୍ୟୋତି ଗୋଗୋଇ (୬୫ କିଗ୍ରା), ବକ୍ସି˚ର ଦୀପକ ଶର୍ମା (୯୧ କିଗ୍ରା), ଇକ୍ବିଷ୍ଟେରିଆନ୍‌ର ଅମନଙ୍କୁ ମଧ୍ୟ ନାଡା ପକ୍ଷରୁ ସାମୟିକ ବାସନ୍ଦ କରାଯାଇଛି। କେବଳ ଏତିକି ନୁହେଁ ୧୦ ଜଣ ଜାତୀୟ ସ୍ତରର କ୍ରୀଡ଼ାବିତ୍‌ ଡୋପ୍‌ ଟେଷ୍ଟରେ ଧରାପଡିବା ପରେ ସେମାନଙ୍କୁ ୨ରୁ ୪ ବର୍ଷ ପାଇଁ କୌଣସି ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବାରୁ ଅଯୋଗ୍ୟ ଘୋଷଣା କରାଯାଇଛି। ଏମାନଙ୍କ ମଧ୍ୟରେ ଚର୍ଚ୍ଚିତ ନାମ ଭାବେ କବାଡ଼ି ଖେଳାଳି ଭୂପିନ୍ଦର ସି˚ହ ଆଗରେ ଅଛନ୍ତି। ତାଙ୍କୁ ୨୦୧୮ ମାର୍ଚ୍ଚ ୮ ତାରିଖରୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା ବେଳେ ୧୫ ହଜାର ଟଙ୍କା ଜରିମାନା ଲଗାଯାଇଛି। ଭୂପିନ୍ଦର ପ୍ରୋ-କବାଡ଼ି ଲିଗ୍‌ର ଦ୍ବିତୀୟ ସ˚ସ୍କରଣରୁ ୟୁ ମୁମ୍ବା, ଦବଙ୍ଗ ଦିଲ୍ଲୀ ଓ ବେଙ୍ଗଲ ଵାରିଅର୍ସ ପକ୍ଷରୁ ଖେଳିଆସିଛନ୍ତି।

ସମ୍ବନ୍ଧିତ ଖବର