ମାର୍କଣ୍ଡେଙ୍କୁ ବଦଳାଇ ରଦରଫୋର୍ଡଙ୍କୁ ନେଲା ମୁମ୍ବାଇ

ମୁମ୍ବାଇ : ଚାରି ଥର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ବିଜେତା ମୁମ୍ବାଇ ଇଣ୍ଡିଆନ୍‌ସ ବୁଧବାର ଖେଳାଳି ଅଦଳ ବଦଳ କରିଛି। ଲେଗ୍‌ ସ୍ପିନର ମୟଙ୍କ ମାର୍କଣ୍ଡେଙ୍କୁ ଦେଇ ଦିଲ୍ଲୀ କ୍ୟାପିଟାଲ୍ସଠୁ ୱେଷ୍ଟଇଣ୍ଡିଜ୍‌ ଅଲ୍‌ରାଉଣ୍ଡର ସେର୍ଫାନ ରଦରଫୋର୍ଡଙ୍କୁ ନେଇଛି। ମୟଙ୍କ ଜଣେ ବିଚକ୍ଷଣ ଖେଳାଳି। ତାଙ୍କୁ ଛାଡ଼ିବା ନିଷ୍ପତ୍ତି ଆମ ପାଇଁ କଷ୍ଟକର ଥିଲା। ହେଲେ ଖେଳୁଆଡ଼ ମନୋବୃତିକୁ ନଜରରେ ରଖି ଆମେ ଏହି ଅଦଳ ବଦଳ କରିଥିଲୁ। ମୟଙ୍କ ଭାରତୀୟ କ୍ରିକେଟ୍‌ ପାଇଁ ଉଦିତ ସୂର୍ଯ୍ୟ। ତାଙ୍କ ଭବିଷ୍ୟତ ଉଜ୍ବଳ ଓ ସରସମୟ ହେଉ ବୋଲି କାମନା କରୁଥିବା କହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ମାଲିକ ଆକାଶ ଆମ୍ବାନୀ। ପ୍ରତିଭାବାନ ‌ସେର୍ଫାନ୍‌ଙ୍କୁ ମୁଁ ସ୍ବାଗତ କରୁଛି। ତାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଏବଂ ମ୍ୟାଚ୍‌ ବିଜୟ ଆଭିମୁଖ୍ୟ ଆମକୁ ପ୍ରଭାବିତ କରିଥିଲା। ମୋର ବିଶ୍ବାସ ମୁମ୍ବାଇ ଦଳ ପାଇଁ ସେ ନିଶ୍ଚିତ ଭଲ କରିବେ ବୋଲି କହିଛନ୍ତି ଆକାଶ।

ସମ୍ବନ୍ଧିତ ଖବର