ସାଙ୍ଗ ହୋଇ ବି କ୍ରିକେଟର ଦିନେଶ କାର୍ତ୍ତିକଙ୍କ ପତ୍ନୀଙ୍କୁ ତାଙ୍କଠାରୁ ଛଡ଼ାଇ ନେଇଥିଲେ କ୍ରିକେଟର ମୁରଲୀ ବିଜୟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାଇଲିସ୍ ଓପନିଂ ବ୍ୟାଟ୍ସମ୍ୟାନ୍ ମୁରଲୀ ବିଜୟ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଆଜି ଅପରାହ୍ନରେ ମୁରଲୀ ବିଜୟ ସୋସିଆଲ ମିଡିଆରେ ଏହା ଘୋଷଣା କରି ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୦୦୨ରୁ ୨୦୧୮ ପର୍ଯ୍ୟନ୍ତ ଭାରତ ପାଇଁ କ୍ରିକେଟ ଖେଳିଥିଲେ।

ତେବେ ନିଜ କ୍ରିକେଟ କ୍ୟ‌ାରିୟରରେ ଭଲ ପ୍ରଦର୍ଶନ ପାଇଁ ମୁରଲୀ ଯେତିକି ଚର୍ଚ୍ଚାରେ ଥିଲେ, ତା’ଠାରୁ ଅଧିକ ଚର୍ଚ୍ଚାରେ ଥିଲେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ। ଆଜ୍ଞ‌ା ହଁ, ୨୦୧୨ରେ ଏକ ଏଭଳି ଖବର ସାମ୍ନାକୁ ଆସିଥିଲା, ଯାହା ସାରା ଭାରତକୁ ସ୍ତବ୍ଧ କରିଥିଲା। ସବୁଠାରୁ ଅଧିକ ଆଶ୍ଚର୍ଯ୍ୟ ହୋଇଥିଲେ କ୍ରିକେଟ ପ୍ରେମୀ। ଯେତେବେଳେ ମୁରଲୀ ବିଜୟ ନିଜର ଭଲ ବନ୍ଧୁ ତଥା କ୍ରିକେଟର ଦୀନେଶ କାର୍ତ୍ତିକଙ୍କ ପତ୍ନୀ ନୀକିତାଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଖବର ସାମ୍ନାକୁ ଆସିଲା, ଏହାକୁ କେହି ସହଜରେ ବିଶ୍ବାସ କରିପାରିନଥିଲେ। ହେଲେ ପରେ ଏହା ସତ ବୋଲି ପ୍ରମାଣ ହୋଇଥିଲା।

ସୂଚନା ମୁତାବକ, ୨୦୦୭ରେ ୨୧ ବର୍ଷୀୟ ଦୀନେଶ କାର୍ତ୍ତିକ ତାଙ୍କ ପିଲାଦିନର ବନ୍ଧୁ ନିକିତା ବଞ୍ଜାରାଙ୍କୁ ବିବାହ କରିଥିଲେ। ନିକିତାଙ୍କ ବାପା ଏବଂ ଦୀନେଶଙ୍କ ବାପା ଭଲ ବନ୍ଧୁ ଥିବାରୁ ଦୀନେଶ ଓ ନିକିତା ଏକାଠି ବଢ଼ିଥିଲେ। ପରସ୍ପରକୁ ପସନ୍ଦ କରୁଥିବା ଜାଣି ଦୁହିଁଙ୍କ ପରିବାର ଦୀନେଶ ଓ ନିକିତାଙ୍କ ବିବାହ କରିଥିଲେ। ତେବେ ବିବାହର ୫ବର୍ଷ ପରେ ଦୀନେଶଙ୍କ ପ୍ରତି ଥିବା ଭଲପାଇବା କମିଯିବାରୁ ନିକିତା, ଦୀନେଶଙ୍କ ସାଥୀ ଥିବା ମୁରଲୀ ବିଜୟଙ୍କ ପ୍ରେମରେ ପଡିଥିଲେ।

୨୦୧୨ରେ ତାମିଲନାଡୁ, କର୍ଣ୍ଣାଟକ ବିପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହଜାରେ ଟ୍ରଫି ମ୍ୟାଚ୍ ଖେଳୁଥିଲା ଏବଂ ଏହି ମ୍ୟାଚ୍ ସମୟରେ କାର୍ତ୍ତିକ ତାଙ୍କ ପତ୍ନୀଙ୍କ ସହ ମୁରଲୀ ବିଜୟଙ୍କ ସମ୍ପର୍କ ଥିବା ବିଷୟରେ ଜାଣିଥିଲେ। ଏବିଷୟରେ ଜାଣିବା ପରେ ସେ ନିକିତାଙ୍କୁ ଛାଡପତ୍ର ଦେଇ ୨୦୧୫ରେ ଦୀପିକା ପାଲ୍ଲିକଲଙ୍କୁ ବିବାହ କରିଥିଲେ ଦୀନେଶ।

ସମ୍ବନ୍ଧିତ ଖବର