ଇଟାଲିଆନ୍ ଓପନ୍‌ ଜିତିଲେ ନାଦାଲ

ରୋମ୍‌: ‌ସ୍ପେନ୍‌ ଟେନିସ ତାରକା ‌ରାଫେଲ ନାଦାଲ୍‌ ଇଟାଲିଆନ୍ ଓପନ୍‌ ଟ୍ରଫି କରାୟତ୍ତ କରିଛନ୍ତି। ଫାଇନାଲ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ନାଦାଲ ୭-୫, ୧-୬, ୬-୩ ସେଟ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ‌ସର୍ବିଆର ନୋଭାକ ଜୋକୋଭିକଙ୍କୁ ପରାସ୍ତ କରିଥିଲେ। ଦୁଇ ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳିଙ୍କୁ ନେଇ ‌ଆୟୋଜିତ ଏହି ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ ୨ ଘଣ୍ଟା ୪୯ ମିନିଟ୍‌ ଧରି ଚାଲିଥିଲା। ଏଥିରେ ନାଦାଲ ବାଜିମାତ୍‌ କରି ରୋମ୍‌ରେ ଦଶମ ଟ୍ରଫି ଧରିବାର ଗୌରବ ଅର୍ଜନ କରିଥିଲେ।

ସମ୍ବନ୍ଧିତ ଖବର