ନଳିନୀ ମହାନ୍ତି ସ୍ମାରକୀ ରାଜ୍ୟ ବ୍ୟାଡ୍‌ମିଣ୍ଟନ୍‌ ଉଦ୍‌ଘାଟିତ

ଭୁବନେଶ୍ବର: ଆମେଚର ବ୍ୟାଡ୍‌ମିଣ୍ଟନ୍‌ କ୍ଲବ୍‌ (ଏବିସି) ଆନୁକୂଲ୍ୟରେ ସ୍ଥାନୀୟ ମଞ୍ଚେଶ୍ବରସ୍ଥିତ ରେଳବାଇ ଇନ୍‌ଡୋର ହଲ୍‌ଠାରେ ପଞ୍ଚମ ନଳିନୀ ମହାନ୍ତି ସ୍ମାରକୀ ରାଜ୍ୟ ଓପନ୍‌ ରାଙ୍କିଙ୍ଗ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ବିଭିନ୍ନ ବୟସ ବର୍ଗ (୧୫, ୧୭, ୧୯ ଓ ୪୫ ବର୍ଷରୁ ଅଧିକ) ଏବଂ ପୁରୁଷ ଓ ମହିଳା ୧୦ ବର୍ଗରେ ୨୮୦ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ପୁଲିସ କମିସନର ସତ୍ୟଜିତ ମହାନ୍ତି, ଶିଳ୍ପପତି ତାରା ରଂଜନ ପଟ୍ଟନାୟକ ଏବଂ ଅନୁଗୁଳ-ସୁକିନ୍ଦ‌ା ରେଳବାଇ ପ୍ରାଇଭେଟ୍‌ ଲିମିଟେଡ୍‌ର ସିଏମ୍‌ଡି ଦିଲୀପ ସାମନ୍ତରାୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିଭଳି ସଂଘର ସଭାପତି ପୃଥ୍ବୀ ବଲ୍ଲଭ ପଟ୍ଟନାୟକ, ସଂପାଦକ ଚଣ୍ଡି ପ୍ରସାଦ ଦାସ ଏବଂ ଅନ୍ୟାନ୍ୟ କର୍ମକର୍ତା ଏହି ଅବସର‌େରେ ଉପସ୍ଥିତ ଥଇଲେ। ଚଳିତ ମାସ ୨୫ ତାରିଖରେ ଏହି ପ୍ରତିଯୋଗିତା ଉଦଯାପିତ ହେବ।

ସମ୍ବନ୍ଧିତ ଖବର