ଜାତୀୟ ଦିବ୍ୟାଙ୍ଗ ଜୋନାଲ୍‌ କ୍ରିକେଟ୍‌ ପାଇଁ ଓଡ଼ିଶାରୁ ୩

ଭୁବନେଶ୍ୱର: ଆସନ୍ତା ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଆୟୋଜିତ ହେବାକୁ ଯାଉଥିବା ଜାତୀୟ ଦିବ୍ୟାଙ୍ଗ ଜୋନାଲ୍‌ କ୍ରିକେଟ୍‌ ମ୍ୟାଚ୍‌ ପାଇଁ ଭାରତୀୟ ଦଳରେ ୩ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି। ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ୍‌ ସଂଘର ଏହି ତିନି ଖେଳାଳି ହେଲେ ବଳରାମ ବସ୍ତିଆ, ଲଲିତ ସେନାପତି ଓ ବଳରାମ ପଣ୍ଡା। ଏହି ୩ ଓଡ଼ିଆ ଖେଳାଳି ଚଳିତ ମାସ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଝାଡ଼ଖଣ୍ଡରେ ଅନୁଷ୍ଠିତ ହୋଇଯାଇଥିବା ପୂର୍ବାଞ୍ଚଳ କ୍ରିକେଟ୍‌ ମ୍ୟାଚ୍‌ରେ ସ୍ଥାନ ପାଇଥିଲେ। ଜାତୀୟ ପ୍ରତିଯୋଗିତା ଖେଳିବା ପାଇଁ ମଙ୍ଗଳବାର ୩ ଓଡ଼ିଆ ଏଠାରୁ ମୁମ୍ବାଇ ଯାତ୍ରା କରିଛନ୍ତି। ଯାତ୍ରା ପୂର୍ବରୁ ଭୁବନେଶ୍ୱର ରେଳଷ୍ଟେସନ୍‌ରେ ୩ ଓଡ଼ିଆ ଖେଳାଳିଙ୍କୁ ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ୍‌ ସଂଘର ପ୍ରବନ୍ଧକ ନମିତା, ଅଧିନାୟକ ରାଖଲ କୁମାର ସେଠୀ, ରୋଟାରିଆନ୍‌ କେକେ ରଥ, ତାମଲ ଚୌଧୁରୀ , ପ୍ରମୋଦ ମହାପାତ୍ର, ଶିବ ପ୍ରସାଦ ଦାସ ଏବଂ ଗୀତାଞ୍ଜଳି ପୂଜାପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର