ସୁପର୍‌ କପ୍‌ ଟିକେଟ୍‌ ବିକ୍ରି ଆରମ୍ଭ

ଭୁବନେଶ୍ୱର୍‌: କଳିଙ୍ଗ ଷ୍ଟାଡିୟମରେ ଚଳିତ ମାସ ୩୧ ତାରିଖରୁ ଆରମ୍ଭ ହେବାକୁ ଥିବା ସୁପର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ଲାଗି ବିଭିନ୍ନ ଦଳର ଆଗମନ ପର୍ବ ସୋମବାରଠାରୁ ଆରମ୍ଭ ହୋଇସାରିଛି। କଳିଙ୍ଗ ଷ୍ଟାଡିୟମ୍‌ର ଟିକେଟ୍‌ ବ୍ରିକ୍ରି ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ମୋଟ ୧୨,୦୦୦ ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମ୍‌ର ଟିକେଟ୍‌ ଗୁଡ଼ିକୁ ୪ଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ମାତ୍ର ୨୦, ୩୦, ୫୦ ଓ ୧୦୦ ଟଙ୍କା ମୂଲ୍ୟରେ ଫୁଟ୍‌ବଲ୍‌ ପ୍ରେମୀମାନେ ଦେଶ ଓ ବିଦେଶର ଅନେକ ନାମି ଦାମି ଫୁଟ୍‌ବଲର୍‌ଙ୍କ ଖେଳ ଦେଖିପାରିବେ। ମଙ୍ଗଳବାରଠାରୁ ୫୦ ଓ ୧୦୦ ଟଙ୍କା ମୂଲ୍ୟ ଟିକେଟ୍‌ର ଅନଲାଇନ୍‌ ବିକ୍ରି ଆରମ୍ଭ ହୋଇସାରିଛି। ୨୦ ଓ ୩୦ ଟଙ୍କିଆ ଟିକେଟ୍‌ ଖୁବ୍‌ ଶୀଘ୍ର କାଉଣ୍ଟର୍‌ରେ ବିକ୍ରି ଆରମ୍ଭ ହେବ ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗ ମୁଖପାତ୍ର ଶୁଭେନ୍ଦୁ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର