ଜାତୀୟ କୁଙ୍ଗ୍‌ ଫୁରେ ୩ ଓଡ଼ିଆ ସଫଳ

ଭୁବନେଶ୍ୱର: ତେଲେଙ୍ଗାନାର ହାଇଦ୍ରାବାଦସ୍ଥିତ ଭିଲୋରୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଗତ ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ଦ୍ୱାଦଶ ଜାତୀୟ କୁଙ୍ଗ୍‌ ଫୁ ରେଫରି କର୍ମଶାଳା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାରୁ ବାଲେଶ୍ୱର ଜିଲ୍ଲାର ନବକିଶୋର ରାଉତ, ପୁରୀ ଜିଲ୍ଲାରୁ ମାନସ ରଂଜନ ସାହୁ ଓ ମନୋଜ ପରିଜା ଭାଗ ନେଇଥିଲେ। ସମସ୍ତଙ୍କୁ ଉଡ଼ାଙ୍ଗ ଡଙ୍ଗେନ୍‌ ଷ୍ଟାଇଲ୍‌, ଚି ଜିଙ୍ଗ୍‌ କ୍ୱାନ, ଲୋହାନ କ୍ୱାନ ଆଦିରେ ପରୀକ୍ଷା ଓ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଓଡ଼ିଶାର ସମସ୍ତ ୩ ଜଣ ସଫଳ ହୋଇଥିବାରୁ ଓଡ଼ିଶା କୁଙ୍ଗ୍‌ ଫୁ ସଂଘର ସାଧାରଣ ସମ୍ପାଦକ ଆର୍‌ କେ ସାହୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର