ଜାତୀୟ ଉପକନିଷ୍ଠ ଥ୍ରୋ ବଲ୍: ଓଡ଼ିଶା ବାଳକ ଚତୁର୍ଥ

ଭୁବନେଶ୍ବର: ତେଲେଙ୍ଗାନାରେ ଆୟୋଜିତ ୨୭ତମ ଜାତୀୟ ଉପକନିଷ୍ଠ ଥ୍ରୋ ବଲ୍ ପ୍ରତିଯୋଗିତାରେ ଓଡ଼ିଶା ବାଳକ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଓଡ଼ିଶା ବାଳକ ଚାରିଟି ଲିଗ୍ ମ୍ୟାଚ୍ ଜିତି ପୁଲ୍ ବିଜେତା ଭାବେ କ୍ବାର୍ଟର ଫାଇନାଲ୍‌କୁ ଯାଇଥିଲା। ସେହିଭଳି କ୍ବାର୍ଟର ଫାଇନାଲ୍‌ରେ ଛତିଶଗଡ଼କୁ ୨-୦ରେ ପରାସ୍ତ କରି ସେମିଫାଇନାଲ୍ ଟିକେଟ ହାସଲ କରିଥିଲା। ସେଠାରେ କିନ୍ତୁ କର୍ଣ୍ଣାଟକଠାରୁ ୧-୨ରେ ପରାସ୍ତ ହୋଇଥିଲା। ଫଳରେ ତୃତୀୟ/ଚତୁର୍ଥ ସ୍ଥାନ ମ୍ୟାଚ୍ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲା। ଓଡ଼ିଶା ଦଳର ଶିବ ଶଙ୍କର ମଣ୍ଡୋଇ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହି ମ୍ୟାଚ୍‌ରେ ଓଡ଼ିଶା ଆୟୋଜକ ତେଲେଙ୍ଗାନାକୁ ଭେଟିଥିଲା। ଏହାକୁ ୦-୨ (୧୩-୧୫, ୧୬-୧୭)ରେ ହାରି ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଅନ୍ୟପକ୍ଷରେ ଓଡ଼ିଶା ବାଳିକା ଦଳ କ୍ବାର୍ଟର ଫାଇନାଲ୍‌ରେ ୧-୨ରେ ଦିଲ୍ଲୀଠାରୁ ହାରି ବିଦାୟ ନେଇଥିଲା।

ସମ୍ବନ୍ଧିତ ଖବର