ଜାତୀୟ ରୋଇ˚: ଓଡ଼ିଶାକୁ ୨ ସ୍ବର୍ଣ୍ଣ ସହ ୫ ପଦକ

କଟକ: ପୁନେରେ ଶେଷ ହୋଇଥିବା ଜାତୀୟ ରୋଇ˚ ପ୍ରତିଯୋଗିତାରେ ଓଡ଼ିଶାକୁ ମୋଟ ୫ ପଦକ ମିଳିଛି। ସେଥିରେ ଦୁଇଟି ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ସାଙ୍ଗକୁ ଗୋଟିଏ କାଂସ୍ୟ ରହିଛି। ୨,୦୦୦ ମିଟର ଡବଲ୍‌ ସ୍କଲ୍‌ରେ ରେଶମା କୁମାରୀ ମିଞ୍ଜ ଓ ମଞ୍ଜୁଳା ଖେସ୍‌ଙ୍କ ଯୋଡ଼ି ସ୍ବର୍ଣ୍ଣ ପଦକ ପାଇଥିଲା। କକ୍‌ଲେସ୍‌ ଫୋର‌୍‌ରେ ରିତୁ କାଉଡି, ସୋନାଲି ସ୍ବାଇଁ, ଝରଣା ହସ୍ତୀ ଓ ଦୀପିକା ଖେସ୍‌ଙ୍କ ଯୋଡ଼ି ସ୍ବର୍ଣ୍ଣ ଜିତିଥିଲେ। ସେହିପରି ୨,୦୦୦ ମିଟର ସିଙ୍ଗଲ ସ୍କଲ୍‌ରେ ସ˚ଯୁକ୍ତା ଡୁଙ୍ଗଡୁଙ୍ଗ ଏବ˚ ୫୦୦ ମିଟର କକ୍ସଲେସ୍‌ ପେୟାରରେ ସୋନାଲି ସ୍ବାଇଁ ଓ ରିତୁ କାଉଡ଼ିଙ୍କ ଯୋଡ଼ି ରୌପ୍ୟ ପଦକ ପାଇଥିଲେ। ୫୦୦ ମିଟର ଡବଲ ସ୍କଲ୍‌ରେ ସ˚ଯୁକ୍ତା ଡୁଙ୍ଗଡୁଙ୍ଗ, ମଞ୍ଜୁଳା ଖେସ୍‌ଙ୍କ ଯୋଡ଼ି କା˚ସ୍ୟ ପାଇଛନ୍ତି। ଓଡ଼ିଶା ଖେଳାଳିଙ୍କ ଏହି ସଫଳତା ପାଇଁ ଓଡ଼ିଶା ରୋଇ˚ ସ˚ଘ ସଭାପତି ବିନୋଦ ଦାଶ, ସମ୍ପାଦକ ଅମରଜ୍ୟୋତି ସି˚ହଦେଓ, ପ୍ରଶିକ୍ଷକ ପିଟି ପାଉଲୁସ୍‌ ସମସ୍ତ ଦଳୀୟ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର