ଜାତୀୟ ଟେନିସ୍ କ୍ରିକେଟ୍ ମେ’ରେ

ଭୁବନେଶ୍ବର:‌ ଗୋଆ ଏବଂ ଭାରତୀୟ ଟେନିସ୍ କ୍ରିକେଟ୍‌ ସଂଘ ମିଳିତ ଆନୁକୂଲ୍ୟରେ ଚତୁର୍ଥ ଜାତୀୟ ବରିଷ୍ଠ ଟେନିସ୍ କ୍ରିକେଟ୍‌ ପ୍ରତିଯୋଗିତା ଗୋଆର ପଞ୍ଜିମରେ ମେ’ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଉଭୟ ପୁରୁଷ ଓ ମହିଳା ବର୍ଗରେ ଏହି ପ୍ରତିଯୋଗିତା ଖେଳାଯିବ। ଏହି ପ୍ରତିଯୋଗିତା ସହିତ ପୂର୍ବରୁ ଅନୁଷ୍ଠିତ ଫେଡେରେସନ୍ କପ୍ ଏବଂ ଚାମ୍ପିଅନ୍ସ ଟ୍ରଫି ପ୍ରଦର୍ଶନ ଆଧାରରେ ଆଗାମୀ ଶ୍ରୀଲଙ୍କା ଗସ୍ତ ଲାଗି ଭାରତୀୟ ଦଳ ଚୟନ କରାଯିବ ବୋଲି ପୂର୍ବାଞ୍ଚଳ ଚୟନକର୍ତା ତଥା ବୈଷୟିକ ନିର୍ଦେଶକ ଶୈବାଳ କୁମାର ମିତ୍ର (ରିଣ୍ଟୁ) ସୂଚନା ଦେଇଛନ୍ତି। ଖୁବ୍ ଶୀଘ୍ର ଓଡ଼ିଶା ଦଳ ପ୍ରସ୍ତୁତ ହେବ ବୋଲି ମଧ୍ୟ ଶ୍ରୀ ମିତ୍ର ସୂଚନା ଦେଇଛନ୍ତି। ନାମ ପଞ୍ଜିକରଣ କରିବା ତଥା ଅଧିକ ବିବରଣୀ ନିମନ୍ତେ ଖେଳାଳିମାନେ ମୋବାଇଲ୍ ନମ୍ବର ୭୬୭୮୭ ୭୬୧୭୧ କିମ୍ବା ୯୯୩୮୧ ୦୩୩୯୭ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର