ନିଖିଳ ଓଡ଼ିଶା ଓପନ୍‌ ଚେସ୍‌ ୩୧ରୁ

ଭୁବନେଶ୍ୱର: ଓଡ଼ିଶା ସେକ୍ରେଟାରିଏଟ୍‌ ରିକ୍ରିଏସନ୍‌ କ୍ଲବ୍‌ ଆନୁକୂଲ୍ୟରେ ତ୍ରୟୋଦଶ ନିଖିଳ ଓଡ଼ିଶା ଓପନ୍‌ ଚେସ୍‌ ପ୍ରତିଯୋଗିତା ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବ। ଏହି ଦୁଇଦିନିଆ ପ୍ରତିଯୋଗିତା ରିକ୍ରିଏସନ୍‌ କ୍ଲବ୍‌ ପରିସରରେ ଅନୁଷ୍ଠିତ ହେବ। ୫୦୦୦ ଟଙ୍କାର ପ୍ରଥମ ପୁରସ୍କାର ସହିତ ୨୫ କୃତୀ ପ୍ରତିଯୋଗୀଙ୍କୁ ମୋଟ ୩୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ବିଭିନ୍ନ ବୟସ ବର୍ଗ (୮, ୧୦, ୧୨, ୧୪ ଓ ୧୬ରୁ କମ୍‌)ର ଶ୍ରେଷ୍ଠ ୨ ଲେଖାଏଁ ବାଳକ ଓ ବାଳିକାଙ୍କୁ ଟ୍ରଫି ସ୍ୱତନ୍ତ୍ର ଟ୍ରଫି ପ୍ରଦାନ କରାଯିବ। ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଆଗ୍ରହୀ ଖେଳାଳି ୩୦୦ ଟଙ୍କା ପ୍ରବେଶିକା ଶୁଳ୍କ ପ୍ରଦାନ କରିବା ସହିତ କ୍ଲବ୍‌ର ସାଧାରଣ ସଂପାଦକ ମାନଗୋବିନ୍ଦ ଦଳାଇ (୯୦୪୦୫ ୧୯୪୭୭) କିମ୍ବା ଆର୍ବିଟର୍‌ ଦେବାଶିଷ ପାଣିଗ୍ରାହୀ (୯୪୩୮୫ ୭୧୬୫୯)ଙ୍କ ସହ ଯୋଗଯୋଗ କରିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର