ଟୋକିଓ ପାରାଲିମ୍ପିକ୍: ହାଇଜମ୍ପରେ ରୌପ୍ୟ ପଦକ ଜିତିଲେ ନିଶାଦ କୁମାର

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପାରାଲିମ୍ପିକରେ ଭାରତର ଟେକ ରଖୁଛନ୍ତି ଖେଳାଳି | ଆଜି ଟେୁବୁଲ୍‌ ଟେନିସ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିଣି ଭାରତର ଭାବିନା ପଟେଲ୍‌ ଇତିହାସ ସୃଷ୍ଟି କରିଥିବା ବେଳେ ଏବେ ଭାରତକୁ ଆଉ ଏକ ରୌପ୍ୟ ପଦକ ମିଳିଛି | ଲମ୍ବ ଡିଆଁ (ହାଇଜମ୍ପ)ରେ ରୌପ୍ୟ ପଦକ ଜିତିଛନ୍ତି ନିଶାଦ କୁମାର |

ପ୍ରଥମ ପ୍ରୟାସରେ ନିଶାଦ କୁମାର ୨.୦୨ ମିଟର ଡେଇଁଥିବା ବେଳେ ଦ୍ୱିତୀୟ ପ୍ରୟାସରେ ସେ ୨.୦୬ ମିଟର ଡେଇଁଥିଲେ | ଆମେରିକାର ରୋଡେରିକ୍ ଟାଉନ୍ସେଣ୍ଡ୍ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଆମେରିକାର ଡାଲାସ୍ ୱାଇଜ୍ ଏବଂ ନିଶାଦ କୁମାରଙ୍କୁ ରୌପ୍ୟ ପଦକ ମିଳିଛି | ନିଶାଦ କୁମାର ଏବଂ ଡାଲାସ୍ ୱାଇଜ ଦୁହେଁ ୨.୦୬ ମିଟର ଡେଇଁଥିଲେ |

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଶାଦ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Nishad Kumar Wins silver medal
aajtak.in

ଉଲ୍ଲେଖଯୋଗ୍ୟ, ଆଜି ଟେବୁଲ୍‌ ଟେନିସ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିଲେ ଭାରତର ଭାବିନା ପଟେଲ୍‌ | ଚୀନ୍‌ର ୟିଙ୍ଗ୍‌ଙ୍କଠାରୁ ପଟେଲ୍‌ ୧୯ ମିନିଟ୍‌ରେ ୦-୩ରେ (୭-୧୧, ୫-୧୧, ୬-୧୧) ପରାସ୍ତ ହୋଇଥିଲେ ବି ପାରାଲିମ୍ପିକରେ ଉତ୍ତମ କ୍ରୀଡ଼ାନୈପୂଣ୍ୟ ପ୍ରଦର୍ଶନ କରି ଭାବିନା ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲେ। ଆଜିର ପ୍ରତିଯୋଗିତାରେ ସେ ଜୋଉଙ୍କ ସହ ଉତ୍ତମ ମୁକାବିଲା କରିଥିଲେ ମଧ୍ୟ ୬ ମିନିଟ୍‌ ପରେ ପ୍ରଥମ୍ ଗେମ୍‌ରେ ସେ ପରାସ୍ତ ହୋଇଥିଲେ। ଏହା ପରେ ଜୋଉଙ୍କୁ ଟପିଯିବା ତାଙ୍କ ପକ୍ଷରେ ସମ୍ଭବ ହେଲାନାହିଁ। କିନ୍ତୁ, ତାଙ୍କର ଉତ୍କର୍ଷତା ପ୍ରତିପାଦନ ଯୋଗୁଁ ଭାରତ ଗୌରବାନ୍ବିତ ହୋଇଛି।

ସମ୍ବନ୍ଧିତ ଖବର