ଓଡ଼ିଶାକୁ ୨ ସ୍ୱର୍ଣ୍ଣ ସମେତ ୭ ପଦକ

ଜାତୀୟ କନିଷ୍ଠ, ଉପକନିଷ୍ଠ ପେନ୍‌ଚାକ ସିଲାଟ୍‌

ସମ୍ବଲପୁର: ଗୌହାଟିର କେଏନ୍‌ବି ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ କନିଷ୍ଠ ଓ ଉପକନିଷ୍ଠ ପେନ୍‌ଚାକ ସିଲାଟ ପ୍ରତିଯୋଗିତାରେ ଓଡ଼ିଶାକୁ ୨ ସ୍ୱର୍ଣ୍ଣ, ୨ ରୌପ୍ୟ ସମେତ ୭ ପଦକ ମିଳିଛି। ଓଡ଼ିଶା ପକ୍ଷରୁ ୭୨-୭୫ କେଜି ବର୍ଗରେ ପ୍ରିୟାଂଶୁ ପଣ୍ଡା ଏବଂ ୫୫ରୁ ୫୮ କେଜି ବର୍ଗରେ ସୋନମ ପ୍ରଧାନ ସ୍ୱର୍ଣ୍ଣ ପଦକ, ୪୭ରୁ ୫୧ କେଜି ବର୍ଗରେ ଜସ୍‌ମିନ ଗ୍ରେଓ୍ଵାଲ ଏବଂ ୫୯ରୁ ୬୩ କେଜିରେ ଗିରିଜା ଶଙ୍କର ନାଏକ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ୫୧ରୁ ୫୫ କେଜିରେ ବର୍ଗରେ ସ୍ମୃତି ସୁମନ ଦ୍ୱିବେଦୀ, ୪୧ରୁ ୪୫ କେଜି ବର୍ଗରେ ଓମ ପ୍ରିତମ ପଣ୍ଡା, ୩୧ରୁ ୩୫ କେଜିରେ ଅର୍ଘ୍ୟ ପୌଲଙ୍କୁ କାଂସ୍ୟ ପଦକ ମିଳିଛି। ଓଡ଼ିଶା ଦଳ ସହ ପ୍ରଶିକ୍ଷକ ମାରି ନାଇଡୁ, ପ୍ରବନ୍ଧକ ତପସ୍ୱିନୀ ନାୟକ, ରାଜ୍ୟ ସଂଘର ସଂପାଦକ ପ୍ରେମ ସିଂହ ଥାପ୍ପା ଯାତ୍ରା କରିଥିଲେ। ଏହି ପ୍ରତିଯୋଗୀମାନଙ୍କୁ ରାଜ୍ୟ ପେନଚାକ ସିଲାଟ ସଂଘର ଉପସଭାପତି ରବୀନ୍ଦ୍ର ଚୌଧୁରୀ, ଯୁଗ୍ମସଂପାଦକ ମନୋରଂଜନ ଭଞ୍ଜ, ଉପଦେଷ୍ଟା ସୁନ୍ଦରମଣି ବାରିକ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଏହି ପ୍ରତିଯୋଗିତାରେ ୨୦ଟି ରାଜ୍ୟର ପ୍ରତିଯୋଗୀ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର