ଫୁଟ୍‌ବଲ୍‌ରେ ଓଡ଼ିଶାର ପ୍ରଥମ ବିଜୟ

ଭୁବନେଶ୍ୱର: ନୂଆଦିଲ୍ଲୀରେ ଚାଲିଥିବା ଖେଲୋ ଇଣ୍ଡିଆ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ବାଳିକା ଫୁଟ୍‌ବଲ୍‌ ଦଳ ୩-୦ ଗୋଲ୍‌ରେ ଗୁଜରାଟକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି। ଓଡ଼ିଶା ପାଇଁ ସୁସ୍ମିତା ତନ୍ତି ଦୁଇଟି ଏବଂ ତୁଳସୀମା କେରକେଟା ଗୋଟିଏ ଗୋଲ୍‌ ଦେଇଥିଲେ। ପ୍ରଶିକ୍ଷିକା ମମତା କୁମାରୀ ସାମନ୍ତଙ୍କ ତତ୍ୱାବଧାନରେ ଓଡ଼ିଶା ଦଳ ଏହି ପ୍ରତିଯୋଗିତାରେ ଭାଗ ନେଇଛି। ପ୍ରଥମ ମ୍ୟାଚ୍‌ରେ ୦-୭ ଗୋଲ୍‌ରେ ହରିଆନା ନିକଟରୁ ହାରିଯାଇଥିବାବେଳେ ରବିବାର ମିଜୋରାମ ସହିତ ଶେଷ ଲିଗ୍‌ ଖେଳିବ। ସୂଚନାଯୋଗ୍ୟ, ଯୁବ ସନ୍ତରିକା ପ୍ରତ୍ୟାଶା ରାୟ ଗୁରୁବାର ୧୦୦ ମିଟର୍‌ ବାଳିକା ବ୍ୟାକ୍‌ଷ୍ଟ୍ରୋକ୍‌ରେ କାଂସ୍ୟ ପଦକ ଜିତି ଓଡ଼ିଶାକୁ ପ୍ରଥମ ପଦକ ଦେଇଥିଲେ।

ସମ୍ବନ୍ଧିତ ଖବର