ଓଡ଼ିଶା ଗ୍ରାପ୍‌ଲିଙ୍ଗ୍‌ ଦଳର ନାସିକ ଗସ୍ତ

ଭୁବନେଶ୍ୱର: ଏକାଦଶତମ ଜାତୀୟ ଗ୍ରାପ୍‌ଲିଙ୍ଗ୍‌ ପ୍ରତିଯୋଗିତା ଲାଗି ମଙ୍ଗଳବାର ୮ ଜଣିଆ ଓଡ଼ିଶା ଦଳ ନାସିକ୍‌ ଗସ୍ତ କରିଛି। ଏହି ପ୍ରତିଯୋଗିତା ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ନାସିକ୍‌ସ୍ଥିତ ପଞ୍ଚବଟି ଇନ୍‌ଡୋର ହଲ୍‌ଠାରେ ଅନୁଷ୍ଠିତ ହେବ। ଖେଳାଳିମାନେ ହେଲେ-ମୋନାଲି ସାହୁ, ମମତା ସାହୁ, ଅନୁଷ୍କା ପ୍ରିୟଦର୍ଶିନୀ, ରାଧାକାନ୍ତ ସେଠୀ, ରାକେଶ କୁମାର ମହାପାତ୍ର, ଶୁଭକାନ୍ତ ବିଶ୍ୱାଳ, ଡି ଭଗବାନ ରେଡ୍ଡୀ, ତନ୍ମେଶ ପୁନିତ ଲେଙ୍କା ଏବଂ ବିଶ୍ୱଦେବ ପଟ୍ଟନାୟକ (ପ୍ରବନ୍ଧକ)। ପ୍ରତିଯୋଗୀମାନଙ୍କୁ ଓଡ଼ିଶା ଗ୍ରାପ୍‌ଲିଙ୍ଗ୍‌ ସଂଘର କର୍ମକର୍ତ୍ତା ଏମଂ ଉତ୍କଳ କରାଟେ ସ୍କୁଲ୍‌ର ସଭ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର