ଜାତୀୟ ହ୍ବିଲ୍‌ ଚେୟାର ଅସିଚାଳନା ଲାଗି ଓଡ଼ିଶା ଦଳ

ଭୁବନେଶ୍ବର: ଶୁକ୍ରବାରଠୁ ଆରମ୍ଭ ହେବାକୁଥିବା ଦ୍ବାଦଶ ଜାତୀୟ ହ୍ବିଲ୍‌ ଚେୟାର ଅସିଚାଳନା ପ୍ରତିଯୋଗିତା ଲାଗି ଗୁରୁବାର ୧୩ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ଏହି ପ୍ରତିଯୋଗିତା ଚେନ୍ନାଇର ଜବାହାରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମଠାରେ ରବିବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚଳିତ ମାସ ୧୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଚୟନ ଶିବିରରୁ ୭ ପୁରୁଷ ଓ ୬ ମହିଳାଙ୍କ ସମେତ ମୋଟ ୧୩ ଜଣ ଜାତୀୟ ପ୍ରତିଯୋଗିତା ଲାଗି ମନୋନୀତ ହୋଇଥିଲେ। ପ୍ରଶିକ୍ଷକ ଭାବେ ରବୀନ କୁମାର ଏବଂ ପ୍ରବନ୍ଧକ ଭାବେ ସୁନିଲ ପ୍ରଧାନ ଖେଳାଳିଙ୍କ ସହ ଚେନ୍ନାଇ ଗସ୍ତ କରିବେ।

ପୁରୁଷ ଦଳ: ଭି ରମେଶ ରାଓ, ରାଖାଲ କୁମାର ସେଠୀ, ପ୍ରଭାକର ବେହେରା, ଅକ୍ଷୟ କୁମାର ସାହୁ, ଦେବାମୃତ ସାହୁ, ପ୍ରଫୁଲ୍ଲ ଖଣ୍ଡାୟତରାୟ, କମଳାକାନ୍ତ ନାୟର।
ମହିଳା ଦଳ: ମାଳତୀ ପନୌରେ, ମଧୁ ମଞ୍ଜରୀ ଧଳ, ସିଲା ମନ୍ତ୍ରୀ, ଜୁଲି ସାହୁ, ପୂଜା ନା‌ୟକ, ଲକ୍ଷ୍ମୀ ପାତ୍ର।

ସମ୍ବନ୍ଧିତ ଖବର