ଇଂଲଣ୍ଡ ସହ ଦିନିକିଆ ଖେଳିବ ଭାରତୀୟ ମହିଳା ଦଳ

ନୂଆଦିଲ୍ଲୀ: ଭାରତୀୟ ମହିଳା ଦଳ ଇଂଲଣ୍ଡ ବିପକ୍ଷରେ ତିନି ଦିନିକିଆ ଶୃଙ୍ଖଳା ଆସନ୍ତା ବର୍ଷ ଅପ୍ରେଲ୍‌ରେ ଖେଳିବ ବୋଲି ବିସିସିଆଇ ସୋମବାର ଘୋଷଣା କରିଛି। ତ୍ରିକୋଣୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଖେଳିବା ଲାଗି ଭାରତ ଗସ୍ତରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଆସୁଛନ୍ତି। ମାର୍ଚ ୨୨ରୁ ଅପ୍ରେଲ୍‌ ୩ ତାରିଖ ପର୍ଯ୍ୟନ୍ତ ଏହି ଶୃଙ୍ଖଳା ଖେଳାଯିବ। ଏହାପରେ ଇଂଲଣ୍ଡ ଏହି ଗସ୍ତରେ ୩ ଦିନିକିଆ ଅପ୍ରେଲ୍‌ ୮, ୧୧ ଏବଂ ୧୪ ତାରିଖରେ ଖେଳିବ। ତାରିଖ ସ୍ଥିର ହୋଇଥିଲେ ମଧ୍ୟ ସ୍ଥାନର ନାମ ଘୋଷଣା ହୋଇନାହିଁ। ଶେଷ ଥର ଲାଗି ୨୦୧୩ ବିଶ୍ୱକପ୍‌ ଖେଳିବା ଲାଗି ଭାରତ ଗସ୍ତରେ ଆସି ଇଂଲଣ୍ଡ ଦିନିକିଆ ଖେଳିଥିଲା। ୨୦୧୦ ପରଠୁ ଇଂଲଣ୍ଡ ସହ ଭାରତ କୌଣସି ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳିନାହିଁ।

ସମ୍ବନ୍ଧିତ ଖବର