ପାଳଲହଡ଼ା କପ୍‌ ଫୁଟ୍‌ବଲ୍‌ : କଟକ କ୍ରୀଡ଼ା ଛାତ୍ରାବାସ ଉପବିଜେତା

ପାଳଲହଡ଼ା: ଏଠାରେ ଶେଷ ହୋଇଥିବା ୨୯ତମ ରାଜ୍ୟସ୍ତରୀୟ ପାଳଲହଡ଼ା କପ୍‌ ଫୁଟବଲ୍‌ ପ୍ରତିଯୋଗିତାରେ ରାଉରକେଲା ୟଙ୍ଗ୍‌ ଆଦିବାସୀ କ୍ଲବ୍‌ ବିଜେତା ହୋଇଛି। ଶୁକ୍ରବାର ଫାଇନାଲ୍‌ରେ ଏହି ଦଳ ୫-୪ ଟାଇବ୍ରେକର୍‌ ଗୋଲ୍‌ରେ କଟକ କ୍ରୀଡ଼ା ଛାତ୍ରାବାସକୁ ପରାସ୍ତ କରିଛି। ଉଦ୍‌ଯାପନୀ ସଭାରେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଦଳକୁ ୨୫,୦୦୧ ଟଙ୍କା ସହ ଟ୍ରଫି ଓ ବିଧାୟକ ମହେଶ ସାହୁ ଉପବିଜେତା ଦଳକୁ ୨୦,୦୦୧ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ସ୍ୱର୍ଗତ କ୍ରୀଡ଼ାବିତ୍‌ ପୀୟୂଷ କୁମାର ଦ୍ୱିବେଦୀଙ୍କ ପୁଅ ସନ୍ଦୀପ କୁମାର ଦ୍ୱିବେଦୀ ଓ ବାବଲିନ୍‌ ଦ୍ୱିବେଦୀ ଉଭୟ ଦଳକୁ ‘ପୀୟୂଷ କୁମାର ସ୍ମାରକୀ’ ପୁରସ୍କାର ପ୍ରଦାନ କରିଥିଲେ। କଟକ କ୍ରୀଡ଼ା ଛାତ୍ରାବାସ ଦଳର ପ୍ରଶିକ୍ଷକ ସୁବୋଧ ଜେନାଙ୍କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା। ଖେଳ ପରିଚାଳନା କରିଥିବା ଆନ୍ତର୍ଜାତିକ ରେଫରି ଶିବ ଶଙ୍କର ପଣ୍ଡା, ପ୍ରଶାନ୍ତ କୁମାର ପାଳ, ସଲୀଳ ବେହେରା, ଦିଲ୍ଲୀପ ରାଉତଙ୍କୁ ସମ୍ମାନିତ କରାଯାଇଥିଲା। ଫାଇନାଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି କଟକର ରୁଦ୍ରପ୍ରସାଦ ପ୍ରଧାନ, ଶ୍ରେଷ୍ଠ ଗୋଲ୍‌ ରକ୍ଷକ କଟକର ଇଜାମୁଦ୍ଦିନ ଖାନ୍‌, ଶ୍ରେଷ୍ଠ ସ୍କୋରର ରାଉରକେଲାର ରାହୁଲ ମୁଖୀ, ଶ୍ରେଷ୍ଠ ଖେଳାଳି ରାଉରକେଲାର ଅର୍ପନ ଲାକରାଙ୍କୁ କ୍ରୀଡ଼ାବିତ୍‌ ହୃଷିକେଶ ମିଶ୍ର ଓ ସଂଗଠକ ମୃତ୍ୟୁଞ୍ଜୟ ପାଳ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର