ଆଇପିଏଲ: ପଞ୍ଜାବକୁ ୧୫ ରନ୍‌ରେ ପରାସ୍ତ କଲା ଦିଲ୍ଲୀ

ଧର୍ମଶାଳା : ଧର୍ମଶାଳାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୬୪ତମ ମ୍ୟାଚରେ ପଞ୍ଜାବକୁ ୧୫ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ । ଦ୍ବିତୀୟ ପାଳିରେ ପଞ୍ଜାବ ୨୧୪ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ସମସ୍ତ ଓଭରରେ ୮ ୱିକେଟ ହରାଇ ୧୯୮ ରନ୍‌ କରି ପରାସ୍ତ ହୋଇଛି । ପଞ୍ଜାବ ପକ୍ଷରୁ ଅଥର୍ଭ ୫୫ ରନ୍‌ କରିଥିବା ବେଳେ ପ୍ରଭସୀମରନ୍ ସିଂ ୨୨ ରନ୍ ଓ ଲିଆମ୍ ଲିଭିଙ୍ଗଷ୍ଟୋନ୍ ୪୮ ବଲରେ ୯୪ ରନ୍‌ କରି ଶେଷ ପର୍ଯ୍ୟନ୍ତ ଲଢିଥିଲେ କିନ୍ତୁ ପଞ୍ଜାବକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ଅନ୍ୟପଟେ ଦିଲ୍ଲୀ ପକ୍ଷରୁ ଖଲିଲ ଅହମ୍ମଦ, ଆକ୍ଷର ପଟେଲ ୧-୧ ୱିକେଟ ନେଇଥିବା ବେଳେ, ଇଶାନ୍ତ ଶର୍ମା, ଅନ୍ରିଚ୍ ନର୍ଟେଜେ, ୨-୨ଟି ୱିକେଟ ନେଇଛନ୍ତି। ଏହି ବିଜୟ ସହ ଦିଲ୍ଲୀ ୧୦ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାର ୯ମରେ ଥିବା ‌ବେଳେ ପଞ୍ଜାବ ୧୨ ଅଙ୍କ ସହ ୮ମ ସ୍ଥାନରେ ରହିଛି ।

ପ୍ରଥମ ପାଳିରେ ପଞ୍ଜାବ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ନୈରାଶ୍ୟଜନକ ଖେଳ ପ୍ରଦର୍ଶନ କରିଆସିଥିବା ଦିଲ୍ଲୀର ବ୍ୟାଟ୍ସମ୍ୟାନ ମାନେ ଆଜି ଚମକି ଥିଲେ । ଦୁଇ ଓପନର ଡେଭିଡ୍ ଓ୍ବାର୍ନର ଓ ପୃଥ୍ବୀ ଶ’ ପ୍ରଥମ ଓ୍ବିକେଟ ଯୋଡ଼ିରେ ୯୪ରନ କରିଥିଲେ । ଓ୍ବାର୍ନର ୪୬ରନ କରିଥିବାବେଳେ ପୃଥ୍ବୀ ଶ’ ୫୪ରନ କରିଥିଲେ । ଓ୍ବାର୍ନର ଆଉଟ ହେବାପରେ ଆସିଥିବା ରିଲି ରୋସୋ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ମାତ୍ର ୩୭ଟି ବଲ ଖେଳି ୬ ଛକା, ୬ ଚୌକା ସହ ୮୨ରନ କରିଥିଲେ । ଅନ୍ୟପଟେ ଓ୍ବିକେଟ କିପର ଫିଲିପ୍ସ ସଲ୍ଟ ୨୬ରନ କରି ତାଙ୍କୁ ସହାୟତା କରିଥିଲେ । ଦିଲ୍ଲୀ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ବିକେଟ ହରାଇ ୨୧୩ ରନ କରିଥିଲା ।

 

ସମ୍ବନ୍ଧିତ ଖବର