ଡିୟୁ ଫ୍ରେଣ୍ଡସ୍‌ କପ୍‌ ସେମିରେ ପାରାମାଉଣ୍ଟ୍‌

ଭୁବନେଶ୍ବର: ଭୁବନେଶ୍ବରର ପାରାମାଉଣ୍ଟ୍‌ ସ୍ପୋର୍ଟିଂ ଚଣ୍ଡିଖୋଲରେ ଚାଲିଥିବା ଡିୟୁ ଫ୍ରେଣ୍ଡସ୍‌ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପ୍ରବେଶ କରିଛି। ସୋମବାର କ୍ବାର୍ଟର୍‌ ଫାଇନାଲ୍ରେ ପାରାମାଉଣ୍ଟ୍‌ ୨ ୱିକେଟ୍‌ରେ ରାମେଶ୍ବର ସ୍ପୋର୍ଟିଂକୁ ହରାଇଥିଲା। ରାମେଶ୍ବର ୨୫ ଓଭରରେ ୧୪୬ ରନ୍‌ କରିଥିଲା। ଆଶୁତୋଷ ସାହୁ ୨୭ ଏବଂ ପରେଶ ପଟେଲ ୨୪ ରନ୍‌ କରିଥିଲେ। ମିନାଲ ପରିଡ଼ା ୩ ଓ ହିତେଶ ନାୟକ ୨ ୱିକେଟ୍‌ ନେଇଥିଲେ। ଜବାବରେ ପାରାମାଉଣ୍ଟ୍‌ ସାର୍ଥକ ଗହାନା (୫୩*)ଙ୍କ ଅପରାଜିତ ଅର୍ଧଶତକ ସହାୟତାରେ ୮ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ରାମେଶ୍ବରର ରାକେଶ ଶର୍ମା ୪ ୱିକେଟ୍‌ ପାଇଥିଲେ। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ଲାଗି ମିନାଲ ପରିଡ଼ା (୪୮ ରନ୍‌, ୩ ୱିକେଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥି‌ଲେ।

ସମ୍ବନ୍ଧିତ ଖବର