୩୬ତମ ଜାତୀୟ କ୍ରୀଡାକୁ ଉଦଘାଟନ କଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭର୍ଚୁଆଲ୍ ମାଧ୍ୟମରେ ଗୁଜୁରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ହେଉଥିବା ୩୬ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ଉଦଘାଟନ କରିଛନ୍ତି । ଏହି ଉଦଘାଟନ ସମାରୋହ ଅବସରରେ କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର, ଅଲମ୍ପିଆନ ନୀରଜ ଚୋପ୍ରା, ପି.ଭି.ସିନ୍ଧୁ, ରବିକୁମାର ଡାଇହା ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ପ୍ରିୟାପ୍ରୀତି ତୋଷଣ ଏବଂ ଦୁର୍ନୀତି ହେତୁ ଅତୀତରେ ଦେଶର କ୍ରୀଡ଼ାବିତମାନେ ଭଲ ପ୍ରଦର୍ଶନ କରିପାରୁନଥିଲେ । କିନ୍ତୁ କେନ୍ଦ୍ରରେ ବିଜେପି ସରକାର କ୍ଷମତାକୁ ଆସିବା ପରେ କ୍ରୀଡ଼ା ବ୍ୟବସ୍ଥାକୁ ସ୍ବଚ୍ଛ କରାଯାଇଛି  ବୋଲି ଜାତୀୟ କ୍ରୀଡାକୁ ଉଦଘାଟନ କରିବା ପରେ ମୋଦୀ କହିଛନ୍ତି ।

ସେ ଆହୁରି କହିଛନ୍ତି, “ତୁମର ବିଜୟ ଭାରତକୁ ଉତ୍ସବ ପାଳନ କରିବାର ଏକ ନୂଆ କାରଣ ଦେବ ଏବଂ କ୍ରୀଡ଼ାର ଭବିଷ୍ୟତ ପାଇଁ ମଧ୍ୟ ନୂତନ ଆକାଂକ୍ଷା ସୃଷ୍ଟି କରିବ।”

ସେ କହିଛନ୍ତି ଯେ ଗତ କିଛି ବର୍ଷ ହେଲା ଆଥଲେଟମାନଙ୍କ କ୍ରୀଡ଼ା ପ୍ରଦର୍ଶନରେ ଉନ୍ନତି ଆସିପାରିଛି । ଏହାର କାରଣ ହେଉଛି ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଟାର୍ଗେଟ ଅଲମ୍ପିକ ପୋଡିୟମ ସ୍କିମ ବା ଟପ୍ସ । ଦେଶପାଇଁ ଗୌରବ ଆଣିବାରେ ମହିଳା ଆଥଲେଟମାନେ ପୁରୁଷଙ୍କ ସହ କାନ୍ଧକୁ କାନ୍ଧ ମିଳାଉଛନ୍ତି  । ସରକାର ମଧ୍ୟ  ଭିତ୍ତିଭୂମି ବିକାଶ ଦିଗରେ ଗୁରୁତ୍ବ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

 

 

 

ସମ୍ବନ୍ଧିତ ଖବର