ପଣ୍ଟିଂଙ୍କ ପୂର୍ବାନୁମାନ, ଲାଞ୍ଜ ଏବେ ଲମ୍ବା

ବ୍ରିସ୍‌ବେନ୍: ଗାବା ଟେଷ୍ଟ୍‌ ରୋମାଞ୍ଚକ ପରିସମାପ୍ତିର ଆଶା ଦେଇଥିବାବେଳେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ପଞ୍ଚମ ଦିନକୁ‌ ‌ନେଇ ନିଜ ପୂର୍ବାନୁମାନ କରିଛନ୍ତି। ଚତୁର୍ଥ ଦିନର ଶେଷ ଅଧିବେଶନ ଖେଳକୁ ବର୍ଷା‌‌‌ ଧୋଇ ନେଥିବାରୁ ଫଳାଫଳର ଉତ୍କଣ୍ଠା ପଞ୍ଚମ ଦିନକୁ ଘୁଞ୍ଚିଛି। ପଣ୍ଟିଂ କହିଛନ୍ତି ‘ଭାରତର ପ୍ରତ୍ୟାବର୍ତ୍ତନ ସୁଯୋଗ ରହିଛି, କିନ୍ତୁ ଏହା ବେଳେ ବେଳେ ରହିବ। ମଙ୍ଗଳବାର ମଧ୍ୟ ଭାରତ ଠିକ୍ ଏଭଳି ଖେଳିପାରେ। ଶୃଙ୍ଖଳାର ଶେଷ ଦିନରେ ସେମାନେ ନିଶ୍ଚିତ ଡ୍ର’ ପାଇଁ ଖେଳିବେ। ମୋର ଏଭଳି ଅନୁଭବ ହେଉଛି। ଅଷ୍ଟ୍ରେଲିଆକୁ କିନ୍ତୁ ଶୃଙ୍ଖଳା ଜିତିବା ଲାଗି ସବୁକିଛି ଲଗାଇଦେବାକୁ ପଡ଼ିବ’। ଶୃଙ୍ଖଳା ଡ୍ର’ ରହ‌ିଲେ ଏହା ଭାରତ ପାଇଁ ପରାଜୟ ଭଳି ଅନୁଭବ‌ ‌ନାହିଁ, କିନ୍ତୁ ଗତ ଶୃଙ୍ଖଳା ତୁଳନାରେ ଏହା ଖରାପ ହେବ’। ପଞ୍ଚମ ଦିନର ପ୍ରଥମ ଘଣ୍ଟା ଗୁରୁତ୍ବପୂର୍ଣ୍ଣ ହେବ। ରୋହିତ ଶର୍ମା ଏବଂ ଶୁଭମନ ଗିଲ୍‌ ଭଲ ଆରମ୍ଭ ଦେବାର ସମ୍ଭାବନା ରହିଛି। ଏହା ହେଲେ ଋଷବ ପନ୍ତଙ୍କୁ ଭାରତ ବ୍ୟାଟିଂ ପଦୋନ୍ନତି ଦେଇ ପଠାଇବ। କାରଣ ପୂଜାରା ସେଭଳି ‌ଖେଳାଳି ନୁହଁନ୍ତି ଯିଏ ଦଳକୁ ପଶ୍ଚାତଧାବନ କରାଇବାକୁ ପସନ୍ଦ କରିବେ। ଶେଷ ଦିନରେ ଭାରତକୁ ୩୨୪ ରନ୍ ଏବଂ ଅଷ୍ଟ୍ରେଲିଆକୁ ୧୦ ୱିକେଟ୍ ଆବଶ୍ୟକ ରହିଛି।

ଲାଞ୍ଜ ଏବେ ଲମ୍ବା

ବ୍ରିସବେନ୍‌ ଟେଷ୍ଟ୍‌ର ତୃତୀୟ ଦିନ ଭାରତର ୭ ଓ ୮ ନମ୍ବର ବ୍ୟାଟସମ୍ୟାନ୍‌ ଦୁଇ ନବାଗତ ୱାସିଂଟନ୍ ସୁନ୍ଦର ଓ ସାର୍ଦୁଳ ଠାକୁର ସପ୍ତମ ୱିକେଟ୍ ପାଇଁ ୧୨୩ ରନ୍ ଯୋଡ଼ିବା ପରେ ପୂର୍ବତନ ଖେଳାଳିମାନଙ୍କ ଧାରଣା ବଦଳିଯାଇଛି। ଭାରତର ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍‌ ତଥା ଲାଞ୍ଜ ଭାଗ ଏବେ ଭାରି ଲମ୍ବା ହୋଇଗଲାଣି ବୋଲି ସେମାନଙ୍କ ବିଶ୍ବାସ ବି ଆସିଛି। ପୂର୍ବତନ ଭାରତୀୟ ଦ୍ରୁତ‌‌ ବୋଲର୍ ଡୋଡା ଗ‌ଣେଶ କହିଛନ୍ତି ‘ଭାରତୀୟ କ୍ରିକେଟ୍‌ ପାଇଁ ଏହା ଶୁଭସଙ୍କେତ‌। ଦଳକୁ ଆବଶ୍ୟକ ପଡିବା ବେଳେ ଠାକୁର-ସୁନ୍ଦର ବଡ଼ ଭାଗୀଦାରି ଗଢ଼ି ଦେଲେ। ବ୍ରିସବେନ୍‌ରେ ଏମାନେ ସଙ୍କଟମୋଚକ୍‌ ସାଜିଥିଲେ’ ବୋଲି ଗଣେଶ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର