ସୁପରକାର୍ ରେସର୍‌ରୁ ଅଶ୍ଳୀଳ ଚଳଚ୍ଚିତ୍ର ଅଭିନେତ୍ରୀ

ସିଡ୍‌ନି: ଅଷ୍ଟ୍ରେଲିଆର ପୂର୍ବତନ ଭି-୮ ସୁପରକାର୍‌ ରେସର ରେନି ଗ୍ରେସି ଅଶ୍ଳୀଳ ଚଳଚ୍ଚିତ୍ର ଦୁନିଆାର ପାଦ ଥାପିଛନ୍ତି। ରେନି ହଠାତ୍ କାର୍ ଚାଳନା ପେସାକୁ ଛାଡ଼ି ଅଶ୍ଳୀଳ ଚଳଚ୍ଚିତ୍ର ଅଭିନେତ୍ରୀ ପାଲଟିବା ତାଙ୍କ ପ୍ରଶଂସକଙ୍କ ସହ ଅଷ୍ଟ୍ରେଲିଆ ରେସିଂ ଜଗତକୁ ଚକିତ କରିଛି। କାରଣ ସେ ହେଉଛନ୍ତି ସୁପରକାର୍‌ର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ରେସର। ତେବେ ରେନିଙ୍କ ପେସା ପରିବର୍ତ୍ତନ ପଛରେ ଏକ କରୁଣ କାହାଣୀ ରହିଛି। ୨୦୧୭ ମସିହା ପର୍ଯ୍ୟନ୍ତ ସୁପରକାର୍‌ ସର୍କିଟ୍‌ରେ ରେନି ବେଶ୍ ସକ୍ରିୟ ଥିଲେ। ହେଲେ ସେବେଠାରୁ ତାଙ୍କ ପ୍ରଦର୍ଶନ କ୍ରମଶଃ ତଳମୁହାଁ ରହିଥିଲା। ସେଥିପାଇଁ ତାଙ୍କ ଦଳ ଆଉ ଜଣେ ରେସରଙ୍କୁ ରେନିଙ୍କ ସ୍ଥାନରେ ନିଯୁକ୍ତ କରିଥିଲା। ଏହା ପରେ ସେ ଘୋର ଆର୍ଥିକ ଅନଟନର ସମ୍ମୁଖୀନ ହୋଇଥିଲେ। ଏପରିକି ଗୃହଋଣ ପରିଶୋଧ କରିବାକୁ ମଧ୍ୟ ସକ୍ଷମ ହୋଇନଥିଲେ। ଚଳିବା ଅତ୍ୟନ୍ତ କଷ୍ଟକର ହୋଇଯାଇଥିଲା। ଏହି ସଙ୍କଟରୁ ମୁକୁଳିବା ଲାଗି ରେନି ବାଧ୍ୟହୋଇ ଅଶ୍ଳୀଳ ଚଳଚ୍ଚିତ୍ର ଦୁନିଆରେ ପ୍ରବେଶ କରିଥିଲେ। ଏବେ ସେ ନିଜ ଫୁଙ୍ଗୁଳା ଫଟୋ ଓ ଭିଡିଓ ବିକ୍ରି କରି ମୋଟା ଅଙ୍କର ରୋଜଗାର କରୁଛନ୍ତି। ମାସକୁ ରେନି ଏବେ ୯୦୦୦୦ ଡଲାର ବା ପାଖାପାଖି ୬୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଅଶ୍ଳୀଳ ଚଳଚ୍ଚିତ୍ର ଦୁନିଆରେ ପାଦ ଥାପିବାର ପ୍ରଥମ ୬ ଦିନରେ ହିଁ ସେ ୧୮ ଲକ୍ଷ ଟଙ୍କା ରୋଜଗାର କରିଥିଲେ। ଫଳରେ ଏହାକୁ ହିଁ ନିଜର ନୂଆ ପେସା କରିବାକୁ ନିଷ୍ପତ୍ତି ନେଇଥିଲେ। ରୋଜଗାର ବଢ଼ିବାରୁ ରେନି ନିଜ ଗୃହଋଣକୁ

୩୦ ବର୍ଷ ପରିବର୍ତ୍ତେ ମାତ୍ର ୧୨ ମାସ ଭିତରେ ଶୁଝିବାକୁ ଲକ୍ଷ୍ୟ ରଖିଛନ୍ତି। ସବୁଠାରୁ ବଡ଼ କଥା ହେଲା ୨୫ ବର୍ଷୀୟା ସୁନ୍ଦରୀ ରେନିଙ୍କ ପରିବାର ତାଙ୍କର ଏହି ନିଷ୍ପତ୍ତିକୁ ସମର୍ଥନ କରିଛି। ନୂଆ ପେସା ବିଷୟରେ ପରିବାରବର୍ଗ ଓ ପିତା ଜାଣିଛନ୍ତି, ସେମାନେ ମୋ ନିଷ୍ପତ୍ତିକୁ ସମ୍ମାନ ଜଣାଇଛନ୍ତି ବୋଲି ରେନି ଏକ ସାକ୍ଷାତକାର ଅବସରରେ କହିଛନ୍ତି। ସୁପରକାର୍‌ ରେସିଂ ଆୟୋଜକ କିନ୍ତୁ ତାଙ୍କଠାରୁ ସବୁ ସଂପର୍କ ଛିନ୍ନ କରି ଦେଇଛନ୍ତି। ରେନିଙ୍କ ଭିଡିଓ ଓ ଫଟୋ ପଦାକୁ ଆସିବା ପରେ କିନ୍ତୁ ତାଙ୍କ ପ୍ରଶଂସକ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଏଥିନେଇ କିଛିଟା ବିବାଦ ସୃଷ୍ଟି ହୋଇଥିଲେ ମଧ୍ୟ ସେ ଏହାକୁ ଆଦୌ ଖାତିର କରନ୍ତିନାହିଁ ବୋଲି ରେନି କହିଛନ୍ତି। ସୂଚନାଯୋଗ୍ୟ ଯେ ଆକର୍ଷଣୀୟ ଚେହେରାର ଅଧିକାରିଣୀ ରେନି ୨୦୧୨ରେ ରେସିଂ ଜୀବନ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର