ପର୍ତୁଗାଲ ଜିତିଲା ନେସନ୍‌ସ ଲିଗ୍‌ ଟ୍ରଫି

ପୋର୍ତୋ: ୟୁଇଏଫ୍‌ଏର ନେସନ୍‌ସ ଲିଗ୍‌ ପ୍ରତିଯୋଗିତା ଜିତିବାରେ ପର୍ତୁଗାଲ ପ୍ରଥମ ଦଳର କୀର୍ତିମାନ ପାଇଛି। ରବିବାର ଫାଇନାଲ୍‌ରେ ଏହି ଦଳ ୧-୦ ଗୋଲ୍‌ରେ ନେଦରଲାଣ୍ଡ୍‌କୁ ପରାସ୍ତ କରି ନେସନ୍‌ସ ଲିଗ୍‌ ପ୍ରଥମ ସଂସ୍କରଣର ବିଜେତା ହୋଇଛି। ପ୍ରଶିକ୍ଷକ ଫର୍ନାଣ୍ଡୋ‌ ସାଣ୍ଟୋସ୍‌ଙ୍କ ଅଧୀନରେ ତିନି ବର୍ଷ ତଳେ ଆୟୋଜକ ଫ୍ରାନ୍‌ସକୁ ୧-୦ ଗୋଲ୍‌ରେ ପରାସ୍ତ କରି ୟୁରୋ ୨୦୧୬ ବିଜେତା ହୋଇଥିବା ପର୍ତୁଗାଲ ଏଥଇ ସହିତ ଆଉ ଏକ ଟ୍ରଫି ନିଜ ଖାତାରେ ଯୋଡ଼ିଦେଇଛି। ନେସନ୍‌ସ ଲିଗ୍‌ରେ ସ୍ବିଜରଲାଣ୍ଡ୍‌କୁ ୬-୫ ସୁଟ୍‌ଆଉଟ୍‌ ଗୋଲ୍‌ରେ ପରାସ୍ତ କରି ଇଂଳଣ୍ଡ ତୃତୀୟ ସ୍ଥାନ ଅକ୍ତିଆର କରିଛି।

ସମ୍ବନ୍ଧିତ ଖବର