ଭୁବନେଶ୍ବର: ଇଣ୍ଡୋନେସିଆର ଜାକର୍ତାରେ ଆୟୋଜିତ ପାରା ଏସିଆଡ୍ ପ୍ରତିଯୋଗିତାର ବ୍ୟାଡ୍ମିଣ୍ଟନ୍ ପୁରୁଷ ଏକକରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ସ୍ବର୍ଣ୍ଣ ଦୌଡ଼ରେ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ ସେ ପୁରୁଷ ଯୁଗଳ ସେମିଫାଇନାଲ୍ରେ ହାରି କାଂସ୍ୟରେ ସନ୍ତୁଷ୍ଟ ହୋଇଥିଲେ। ଶୁକ୍ରବାର ପୁରୁଷ ଏକକ ସେମିଫାଇନାଲ୍ରେ ୨୧-୧୭, ୧୮-୨୧, ୨୧-୯ରେ ଭିଏତନାମର ତ୍ରିନ୍ ନ ତୁଆନ୍କୁ ହରାଇ ଫାଇନାଲ୍ରେ ପହଞ୍ଚିଛନ୍ତି। ଫାଇନାଲ୍ରେ ସେ ଇଣ୍ଡୋନେସିଆର ଉକୁନ ରୁକାଏନ୍ଦିଙ୍କୁ ଭେଟିବେ। ରୁକାଏନ୍ଦି ସେମିଫାଇନାଲ୍ରେ ପ୍ରମୋଦଙ୍କ ଯୁଗଳ ସାଥୀ ମନୋଜ ସର୍କାରଙ୍କୁ ହରାଇ ଫାଇନାଲ୍ରେ ପହଞ୍ଚିଥିଲେ। ତେବେ ଯୁଗଳରେ ପ୍ରମୋଦ-ମନୋଜ ୧୩-୨୧, ୧୯-୨୧ରେ ଇଣ୍ଡୋନେସିଆର ଦିୱିକୋ-ଫ୍ରେଡି େସତିୱାନ୍ଙ୍କଠୁ ହାରି କାଂସ୍ୟ ପଦକ ପାଇଥିଲେ। ପୂର୍ବରୁ ଓଡ଼ିଆ ଝିଅ ଜୟନ୍ତୀ ବେହେରା ୨୦୦ ମିଟର େଦୗଡ଼ରେ କାଂସ୍ୟ ଓ ୪୦୦ ମିଟରରେ ରୌପ୍ୟ ଜିତି ରାଜ୍ୟ ପାଇଁ ଯୁଗଳ ଗୌରବ ଆଣିଥିଲେ। ଶୁକ୍ରବାର ୨୦ ପଦକ ସହ ଭାରତ ମୋଟ ୭୦ (୧୩ ସ୍ବର୍ଣ୍ଣ, ୨୪ ରୌପ୍ୟ ଓ ୩୩ କାଂସ୍ୟ) ପଦକ କରାୟତ କରିସାରିଛି।