ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ ଦେଖିଲେ କୋବିନ୍ଦ

ବିଦେଶରେ କ୍ରିକେଟ୍‌ ମ୍ୟାଚ୍‌ ଦେଖିବାରେ ପ୍ରଥମ ଭାରତୀୟ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ମେଲ୍‌ବର୍ନରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌କୁ ଉପଭୋଗ କରିଥିଲେ। ସଂପ୍ରତି ଅଷ୍ଟ୍ରେଲିଆ ଗସ୍ତରେ ଥିବା କୋବିନ୍ଦ ମେଲ୍‌ବର୍ନ କ୍ରିକେଟ୍‌ ପଡ଼ିଆରେ ଉପସ୍ଥିତ ରହି କିଛି ସମୟ ମ୍ୟାଚ୍‌ ଦେଖିଥିଲେ। ଏଥି ସହିତ ବିଦେଶରେ କୌଣସି ଆନ୍ତର୍ଜାତିକ କ୍ରିକେଟ୍‌ ମ୍ୟାଚ୍‌ ଦେଖିବାରେ ସେ ପ୍ରଥମ ଭାରତୀୟ ରାଷ୍ଟ୍ରପତି ହୋଇଥିଲେ ବୋଲି ରାଷ୍ଟ୍ରପତି ଭବନ ସୂତ୍ରରୁ ଟ୍ବିଟ୍‌ କରାଯାଇଛି। ଗୁରୁବାର କୋବିନ୍ଦ ସିଡ୍‌ନିରେ ଏକ ବ୍ୟାବସାୟିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ସେ ମଧ୍ୟ କ୍ରିକେଟ୍‌ ସହିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ମିଳିତ ଭାବେ କାର୍ଯ୍ୟକରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର