୧୬ ବର୍ଷରୁ କମ୍‌ ଆଇଟା ସିଏସ୍‌୭: ପ୍ରିଶାଙ୍କୁ ଯୁଗଳ ଟ୍ରଫି

ଭୁବନେଶ୍ବର: ବିଶାଖାପାଟଣାରେ ଚାଲିଥିବା ୧୬ ବର୍ଷରୁ କମ୍‌ ଆଇଟା ସିଏସ୍‌୭ ପ୍ରତିଯୋଗିତାରେ ଓଡ଼ିଆ ଝିଅ ପ୍ରିଶା ଦାସ ମହିଳା ଯୁଗଳରେ ଟ୍ରଫି ହାସଲ କରିଛନ୍ତି। ତାମିଲନାଡୁର ଲୁକ୍‌ସିତା ଗୋପୀନାଥଙ୍କୁ ସାଥୀ କରିଥିବା ପ୍ରିଶା ଗୁରୁବାର ଫାଇନାଲ୍‌ରେ ଆନ୍ଧ୍ରପ୍ରଦେଶ ଯୋଡ଼ି ମୋକ୍ଷା ଟେନେଟି-ତୋହିପ୍‌କା ଏସ୍‌ଡିଙ୍କୁ ୧-୬, ୬-୪ ଓ ୧୦-୭ ସେଟ୍‌ରେ ପରାସ୍ତ କରି ବିଜେତା ଆଖ୍ୟା ହାତେଇଥିଲେ। ପ୍ରିଶା-ଲୁକ୍‌ସିତା ସେମିଫାଇନାଲ୍‌ରେ ଅନ୍ୟତମ ଆନ୍ଧ୍ରପ୍ରଦେଶ ଯୋଡ଼ି ଭାବନା ୟାଲାମାଞ୍ଚି-ଆରୂଷୀ ଆଲାବୋଇନାଙ୍କୁ ସିଧାସଳଖ ୬-୪ ଓ ୬-୨ ସେଟ୍‌ରେ ପରାସ୍ତ କରିଥିଲେ। ପ୍ରିଶାଙ୍କୁ ତାଙ୍କ ସଫଳତା ପାଇଁ ସେ ପ୍ରଶିକ୍ଷଣ ନେଉଥିବା ପଟିଆସ୍ଥିତ ଫାରହାନ୍‌ ଟେନିସ୍‌ ଏକାଡେମୀ ଅଭିନନ୍ଦନ ଜଣାଇଛି।

ସମ୍ବନ୍ଧିତ ଖବର