ଜାତୀୟ ବିଦ୍ୟାଳୟ କ୍ରୀଡ଼ାରେ ପୁଙ୍ଗାଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର: ହରିଆନାର ରୋହତକରେ ଗତ ୧୮ ତାରିଖରୁ ଚାଲିଥିବା ୧୯ ବର୍ଷରୁ କମ୍‌ ୬୩ତମ ଜାତୀୟ ବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶା ବାଳକ ପୁଙ୍ଗା ସୋରେନ୍‌ ସ୍ୱର୍ଣ୍ଣ ପଦକ ଜିତି ନେଇଛନ୍ତି। ବାଳକ ବର୍ଗରେ ୧୧୦ ମିଟର ବାଧାଦୌଡ଼ରେ ପୁଙ୍ଗା ୧୪.୬୫ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ। ସେ ସ୍ୱର୍ଣ୍ଣ ପଦକ ଉପରେ କବ୍‌ଜା କରିନେଇଥିଲା ବେଳେ ତାମିଲନାଡୁର ଆର୍‌ ସାର୍ଥକ କୁମାର (୧୪.୮୮ ସେକେଣ୍ଡ୍‌) ଓ ମହାରାଷ୍ଟ୍ରର ଅଭିଷେକ ଉଭେ (୧୪.୯୮ ସେକେଣ୍ଡ୍‌) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହି ରୌପ୍ୟ ଓ କାଂସ୍ୟ ପଦକ ହାତେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କେରଳର ମେଲ୍‌ବିନ ବିଜୁ (୧୫.୧୬), ତାମିଲନାଡୁର ଏନ୍‌ ରାମକୁମାର (୧୫.୮୦), ମହାରାଷ୍ଟ୍ରର ସାର୍ଦୁଲ ସାସେ (୧୫.୯୫) ଯଥାକ୍ରମେ ଚତୁର୍ଥରୁ ଷଷ୍ଠ ସ୍ଥାନ ପାଇଥିଲେ।

ସମ୍ବନ୍ଧିତ ଖବର