ସାମସନଙ୍କ ଶତକ ବୃଥା, ରୋମାଞ୍ଚକର ମ୍ୟାଚରେ ରାଜସ୍ଥାନକୁ ୪ ରନରେ ହରାଇଲା ପଂଜାବ

ମୁମ୍ବାଇ : ସ୍ଥାନୀୟ ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଆଇପିଏଲ ୨୦୨୧ର ୪ର୍ଥ ମ୍ୟାଚରେ ପଂଜାବ କିଙ୍ଗସ୍ ରାଜସ୍ଥାନ ରୟାଲ୍ସକୁ ୪ ରନରେ ହରାଇଦେଇଛି । ବିଜୟ ପାଇଁ ପଂଜାବ ୨୨୨ ରନର ବିଜୟ ଲକ୍ଷ୍ୟ ରଖିଥିଲେ ମଧ୍ୟ ରାଜସ୍ଥାନ ଲଢୁଆ ଖେଳ ପ୍ରଦର୍ଶନ କରି ବିଜୟ ନିକଟବର୍ତ୍ତୀ ହୋଇଯାଇଥିଲା, କିନ୍ତୁ ବିଜୟଠାରୁ ମାତ୍ର ୪ ରନ ପଛରେ ରହିଥିଲା । ଅଧିନାୟକ ସଂଜୁ ସାମସନ ଚମତ୍କାର ଖେଳ ପ୍ରଦର୍ଶନ କରି ଏକ ବିସ୍ଫୋରକ ଶତକ ମାରିଥିଲେ ବି ଟିମକୁ ବିଜୟୀ କରିପାରିନଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୨୧୭ ରନ କରିଥିଲା ।

ଆଜି ରାଜସ୍ଥାନ ରୟାଲ୍ସ ଟସ ଜିତି ପଂଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପଂଜାବ ପକ୍ଷରୁ ଅଧିନାୟକ କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲ ପ୍ରଥମରୁ ସତର୍କତାର ସହ ବ୍ୟାଟିଂ ଆରମ୍ଭ କରିଥିଲେ ବି ମୟଙ୍କ ମାତ୍ର ୧୪ ରନ କରି ଆଉଟ ହୋଇଯାଇଥିଲେ । ତେବେ କ୍ରିସ ଗେଲ ପଡ଼ିଆକୁ ଓହ୍ଲାଇବା ପରେ ସ୍କୋର ଗତି ବଢିଯାଇଥିଲା । ଉଭୟ ଗେଲ ଓ ରାହୁଲ ଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ଆଗେଇ ନେଇଥିଲେ । ରାହୁଲ ସର୍ବାଧିକ ୯୧ ରନ କରିଥିବାବେଳେ ଗେଲ ୪୦ ରନ ଓ ଦୀପକ ହୁଦା ୬୪ ରନ କରିଥିଲେ । ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୨୧ ରନ କରିଥିଲା ।

ସମ୍ବନ୍ଧିତ ଖବର