ବିଶ୍ୱ ଚାମ୍ପିଅନ୍‌ସିପ୍‌: କ୍ରମାଗତ ୩ୟ ଥର ଫାଇନାଲରେ ପ୍ରବେଶ କଲେ ସିନ୍ଧୁ

ସ୍ୱୀଜରଲାଣ୍ଡ: ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନ୍‌ସିପ୍‌ ୨୦୧୯ର ମହିଳା ଏକକ ଫାଇନାଲରେ ପ୍ରବେଶ କରିଛନ୍ତି। ସେ ସେମିଫାଇନାଲରେ ଚୀନର ଚେ ୟୁ ଫେଇଙ୍କୁ ୨୧-୭, ୨୧-୧୪ରେ ପରାସ୍ତ କରିଛନ୍ତି। ସିନ୍ଧୁ କ୍ରମାଗତ ଭାବେ ୩ୟ ଥର ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ପ୍ରବେଶ କରିଛନ୍ତି।

ରିଓ ଅଲିମ୍ପିକ୍‌ରେ ରୌପ୍ୟ ପଦକ ବିଜୟିନୀ ସିନ୍ଧୁ ଖେଳ ଆରମ୍ଭରୁ ଚୀନ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ। ସିନ୍ଧୁ କେବଳ ୧୫ ମିନିଟରେ ପ୍ରଥମ ଖେଳକୁ ନିଜ ସପକ୍ଷରେ ଆଣିପାରିଥିଲେ। ସେ ୮-୩ରେ ଆଗରେ ଥିଲେ। ସିନ୍ଧୁ ଏହା ପରେ ପୁଣି ୩ ପଏଣ୍ଟ ହାସଲ କରିଥିଲେ। ସେ କ୍ରମାଗତ ଭାବେ ୬ ପଏଣ୍ଟ ଜିତି ୧୪-୩ରେ ଆଗୁଆ ଥିଲେ। ଏହା ପରେ ୟୁ ଫେଇ ପୁଣି ଏକ ପଏଣ୍ଟ ଜିତି ବ୍ରେକ୍‌ ଲଗାଇଥିଲେ। ମାତ୍ର ସିନ୍ଧୁ ପୁଣି ଶେଷରେ ଖେଳକୁ ୨୧-୭ରେ ନିଜ ନାମରେ କରିଥିଲେ।

ପିଭି ସିନ୍ଧୁ ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିବା ପୂର୍ବରୁ ମହିଳା ଏକକ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ଆମେରିକାର ବେଇୱେନ୍‌ ଝାଙ୍ଗ୍‌ଙ୍କୁ ସିଧାସଳଖ ଗେମ୍‌ରେ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର