ରାଜୀବ ଏସୀୟ ପ୍ରଶିକ୍ଷକ

ଭୁବନେଶ୍ବର: ଓଡ଼ିଶାର ଜଣାଶୁଣା କରାଟେ ବ୍ୟକ୍ତିତ୍ବ ରାଜୀବ ସିଂହ ନିଜ ପ୍ରଶିକ୍ଷଣ ଜୀବନରେ ଆଉ ପାଦେ ଆଗକୁ ବଢ଼ିଛନ୍ତି। ଏସୀୟ କରାଟେ ପ୍ରଶିକ୍ଷଣ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ଏହି ରାଉରକେଲା ଯୁବକ। ପୂର୍ବରୁ ଚତୁର୍ଥ ଡାନ୍‌ ବ୍ଲାକବେଲ୍‌ଟ ହାସଲ କରିଥିବା ରାଜୀବ ଜଣେ ଜାତୀୟ ପଦକ ବିଜେତା ଏବଂ ଜାତୀୟସ୍ତରର ରେଫରି ଭାବେ ସୁନାମ ଅର୍ଜନ କରି ସାରିଥିଲେ। ଉତ୍କଳ କରାଟେ ସ୍କୁଲ ସହ ଜଡ଼ିତ ରହି ଏକାଧିକ‌ ଖେଳାଳିଙ୍କ ଖେଳ ଜୀବନକୁ ଗଢ଼ିବାରେ ମଧ୍ୟ ତାଙ୍କ ଯୋଗଦାନ ରହିଛି। ଉତ୍କଳ କରାଟେ ସ୍କୁଲ୍‌ରେ ଆତ୍ମରକ୍ଷା ପ୍ରଶିକ୍ଷକ, ସ୍ବାସ୍ଥ୍ୟ ଓ ଫିଟନେସ୍‌ ପରାମର୍ଶଦାତା ଭାବେ କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧିତ ଖବର