ରଣଜୀ ଟ୍ରଫି : ବସନ୍ତଙ୍କୁ ପୁଣି ୬ ଓ୍ୱିକେଟ୍‌, ଉତ୍ତରାଖଣ୍ତ ୧୧୭; ଓଡ଼ିଶା ୯୮/୩

କଟକ : ଟାଙ୍ଗୀର ଡ୍ରିମ୍ସ ପଡ଼ିଆରେ ଓଡ଼ିଶା ଦ୍ରୁତ ବୋଲର ବସନ୍ତ ମହାନ୍ତିଙ୍କ ଦବ୍‌ଦବା ଜାରି ରହିଛି। ଚଳିତ ରଣଜୀ ଋତୁର ଦ୍ବିତୀୟ ପର୍ଯ୍ୟାୟରେ ଏଠାରେ ସର୍ଭିସେସ୍‌ ବିପକ୍ଷ ପ୍ରଥମ ପାଳିରେ ସେ ୬ ୱିକେଟ୍‌ ନେଇଥିଲେ। ଏବେ ସେ ଡ୍ରିମ୍‌ସ ପଡ଼ିଆରେ ବୁଧବାରଠୁ ଆରମ୍ଭ ହୋଇଥିବା ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚ୍‌ର ପ୍ରଥମ ପାଳିରେ ବି ୬ ୱିକେଟ୍‌ ସଫଳତା ହାତେଇଛନ୍ତି। ଆଉ ସଫଳତା ବଳରେ ସର୍ଭିସେସ୍‌କୁ ଓଡ଼ିଶା ପାଳି ପରାଜୟ ଦେଇଥିଲା ବେଳେ ଏବେ ଉତ୍ତରାଖଣ୍ଡ ବିପକ୍ଷରେ ପ୍ରଥମ ଦିବସରେ ମଧ୍ୟ ସ୍ଥିତି ମଜଭୁତ କରିନେଇଛି।

ଉତ୍ତରାଖଣ୍ତ ବିପକ୍ଷ ରଣଜୀ ମ୍ୟାଚ୍‌ରେ ଓଡ଼ିଶା ପ୍ରଥମେ ବୋଲି˚ କରିଥିଲା। ହେଲେ ବସନ୍ତଙ୍କ ପୁନର୍ବାର ବିସ୍ଫୋରଣ ଯୋଗୁଁ ଭ୍ରମଣକାରୀ ଦଳର ପ୍ରଥମ ପାଳି ୧୧୭ ରନ୍‌ରେ ସଫା ହୋଇଗଲା। ଜବାବରେ ପ୍ରଥମ ଦିନ ଖେଳ ଶେଷ ହେବା ବେଳକୁ ଓଡ଼ିଶା ୩୯ ଓଭରରେ ୩ ଵିକେଟ୍‌ ହରାଇ ୯୮ ରନ୍‌ କରିଛି। ହାତରେ ୭ ୱିକେଟ୍‌ ଥାଇ ଓଡ଼ିଶା ୧୯ ରନ୍‌ରେ ପ୍ରଥମ ପାଳି ପଛୁଆ ରହିଛି। ତେବେ ଓଡ଼ିଶା ବିପକ୍ଷରେ ଖେଳୁଥିବା ଦଳର ପୂର୍ବତନ ଵିକେଟ ରକ୍ଷକ ସୌରଭ ରାଵତ ପ୍ରଥମ ପାଳିରେ ବିଶେଷ କିଛି କରିପାରିନଥିଲେ। ମାତ୍ର ୪ ରନ୍‌ କରିଥିଲା ବେଳେ ବସନ୍ତ ମହାନ୍ତିଙ୍କ ଦ୍ବାରା ଏଲ୍‌ବିଡବ୍ଲୁ ହୋଇଥିଲେ।

ଏହି ମ୍ୟାଚ୍‌ ପାଇଁ ଓଡ଼ିଶା ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଥିଲା। ଆହତ ଅନୁରାଗ ଷଡ଼ଙ୍ଗୀଙ୍କ ସ୍ଥାନରେ ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କୁ ଚୂଡ଼ାନ୍ତ ଦଳରେ ନିଆଯାଇଥିଲା। ଓଡ଼ିଶାର ବୋଲି˚ ଆକ୍ରମଣ ମଜଭୁତ ଥିବାରୁ ଆରମ୍ଭରୁ ଵିକେଟ୍‌ ନଦେବା ପାଇଁ ଉତ୍ତରାଖଣ୍ତର ପ୍ରାରମ୍ଭିକ ଖେଳାଳି ତନ୍ମୟ ଶ୍ରୀବାସ୍ତବ ଓ ଉନ୍ମୁକ୍ତ ଚାନ୍ଦ ମନସ୍ଥ କରି ଆସିଥିଲେ। ତେଣୁ ଧୀମା ଆରମ୍ଭ ହୋଇଥିଲା। ୧୧.୨ ଓଭର ବେଳକୁ ଦଳୀୟ ରନ୍‌ ୧୬ ହୋଇଥିଲା ବେଳେ ପ୍ରଥମ ଵିକେଟର ପତନ ହୋଇଥିଲା। ୨୭ ବଲ୍‌ରୁ ୬ ରନ୍‌ କରିଥିବା ଉନ୍ମୁକ୍ତଙ୍କୁ ରାଜେଶ ମହାନ୍ତି ଏଲ୍‌ବିଡବ୍ଲୁ କରିଥିଲେ। ଦ୍ବିତୀୟ ଵିକେଟ ପାଇଁ ପୁଣି ୬ ଓଭର ଅପେକ୍ଷା କରିବାକୁ ପଡ଼ିଥିଲା। ଅବନିଶ ସୁଧା (୧୭)ଙ୍କୁ ସୂର୍ଯ୍ୟକାନ୍ତ ଆଉଟ କରି ଦଳକୁ ଚାପରେ ରଖିଥିଲେ। ଏହାପରଠୁ ବସନ୍ତଙ୍କ ଵିକେଟ ନେବା ସମୟ ଆସିଥିଲା। ତନ୍ମୟ (୨୪), ସୌରଭ (୪), କରଣବୀର କୌଶଳ (୦), ଦିକ୍ଷା˚ଶୁ ନେଗି (୩୬)ଙ୍କୁ ବସନ୍ତ ଆଉଟ୍‌ କରିବା ପରେ ଧନରାଜ ଶର୍ମା (୧୭) ଓ ସନି ରଣା (୨)ଙ୍କୁ ଦେବବ୍ରତ ପ୍ରଧାନ ଆଉଟ୍‌ କରିଥିଲେ। ତଳଭାଗରେ ଆସିଥିବା ପ୍ରଦୀପ ଚାମୋଲିଙ୍କୁ ଆଉଟ୍‌ କରି ବସନ୍ତ ତାଙ୍କର ୫ ଵିକେଟ ସଫଳତା ପୂରଣ କରିଥିଲେ। ଏତିକିରେ ବସନ୍ତଙ୍କ ଭୋକ ନମେଣ୍ଟିବାରୁ ଶେଷ ଖେଳାଳି ଆକାଶ ମନ୍ଦଵାଲଙ୍କୁ ଷଷ୍ଠ ଶିକାର କରିଥିଲେ।

ଗୋବିନ୍ଦ ପୋଦ୍ଦାର ଓ ଶାନ୍ତନୁ ମିଶ୍ର ଓଡ଼ିଶା ପାଇଁ ପାଳି ଆରମ୍ଭ କରିଥିଲେ। ଲଗାତାର ଭାବେ ବିଫଳ ହୋଇଆସୁଥିବା ଗୋବିନ୍ଦ ଏଥର ମଧ୍ୟ ନିରାଶ କରିଥିଲେ। ମାତ୍ର ୧୧ ରନ୍‌ କରିଥିଲା ବେଳେ ସନ୍ନିଙ୍କ ସୁଇ˚ରେ ସୌରଭ ରାଵତଙ୍କୁ କ୍ୟାଚ୍‌ ଦେଇ ଫେରିଥିଲେ। ତାଙ୍କ ପଛକୁ ପୂର୍ବ ମ୍ୟାଚ୍‌ର ଶତକ ହାସଲକାରୀ ଦେବାଶିଷ ସାମନ୍ତରାୟ ଏଥର ଖାତା ଖୋଲିବା ଆଗରୁ ପାଭିଲିଅନ ଫେରିଥିଲେ। ଶୁଭ୍ରା˚ଶୁ ସେନାପତି ୧୧ ଓଭର ପର୍ଯ୍ୟନ୍ତ ବ୍ୟାଟି˚ କରିବା ପରେ ୧୬ ରନ୍‌ କରିଥିଲା ବେଳେ ମନ୍ଦଵାଲଙ୍କ ଦ୍ବାରା ବୋଲ୍ଡ ହୋଇଯାଇଥିଲେ। ୪୧ ରନ୍‌ ମଧ୍ୟରେ ତିନି ଵିକେଟ୍‌ ଚାଲିଯିବା ପରେ ବିପ୍ଲବ ସାମନ୍ତରାୟ ଓ ଶାନ୍ତନୁ ମିଶ୍ର ସ˚ପୂର୍ଣ୍ଣ ଧୀମା ବ୍ୟାଟି˚ କରିଥିଲେ। ଓଭର ପିଛା ୨ରୁ ୩ ରନ୍‌ ଲେଖାଏଁ ବାହାର କରୁଥିଲେ। ଷ୍ଟମ୍ପ୍ସ ଅପସାରଣ ବେଳକୁ ଶାନ୍ତନୁ ୩୦* ଓ ବିପ୍ଲବ ସାମନ୍ତରାୟ ୩୫* ରନ୍‌ କରି ଅପରାଜିତ ଅଛନ୍ତି। ଆସନ୍ତାକାଲି ସୂର୍ଯ୍ୟୋପରାଗ ଯୋଗୁଁ ମ୍ୟାଚ୍‌ ଅପରାହ୍ନ ୧୨.୧୦ରୁ ଆରମ୍ଭ ହେବ।

ସ˚କ୍ଷିପ୍ତ ସ୍କୋର: ଉତ୍ତରାଖଣ୍ତ ପ୍ରଥମ ପାଳି ୪୮.୪ ଓଭରରେ ୧୧୭ (ତନ୍ମୟ ଶ୍ରୀବାସ୍ତବ ୨୪, ଦିକ୍ଷା˚ଶୁ ନେଗି ୩୬, ବସନ୍ତ ମହାନ୍ତି ୬/୧୭, ଦେବବ୍ରତ ପ୍ରଧାନ ୨/୩୯, ରାଜେଶ ମହାନ୍ତି ୧/୩୨, ସୂର୍ଯ୍ୟକାନ୍ତ ପ୍ରଧାନ ୧/୨୭)। ଓଡ଼ିଶା ପ୍ରଥମ ପାଳି ୩୯ ଓଭରରେ ୯୮/୩ (ଗୋବିନ୍ଦ ପୋଦ୍ଦାର ୧୧, ଶାନ୍ତନୁ ମିଶ୍ର ୩୦*, ଶୁଭ୍ରା˚ଶୁ ସେନାପତି ୧୬, ବିପ୍ଲବ ସାମନ୍ତରାୟ ୩୫*, ସନ୍ନି ୨/୧୮, ଆକାଶ ମନ୍ଦଵାଲ ୧/୨୧)।

ସମ୍ବନ୍ଧିତ ଖବର