ରଣଜୀ ଟ୍ରଫି: ଗୋବିନ୍ଦଙ୍କ ଶତକ ସତ୍ତ୍ବେ ଓଡ଼ିଶା ହାରିଲା

କଟକ: ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଓଡ଼ିଶାକୁ ଦ୍ବିତୀୟ ଥର ପାଇଁ ଚଳିତ ରଣଜୀ ଟ୍ରଫିରେ ପରାଜୟର ସାମ୍ନା କରିବାକୁ ପଡ଼ିଛି। ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍‌ରେ ଓଡ଼ିଶା ୧୦ ଵିକେଟ୍‌ରେ ପରାସ୍ତ ହେବା ସହ ଘରୋଇ ଦଳକୁ ବୋନସ ପଏଣ୍ଟ ଟେକି ଦେଇଛି। ଫଳରେ ଏହି ମ୍ୟାଚ୍‌କୁ ହାତଛଡ଼ା କରିବା ପରେ ଝାଡ଼ଖଣ୍ତ ବିପକ୍ଷରେ କଟକରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ଶୁକ୍ରବାର ଶେଷ ହୋଇଥିବା ମ୍ୟାଚ୍‌ରେ ମହାରାଷ୍ଟ୍ରର ୫୪୩ ରନ୍‌ ଜବାବରେ ଓଡ଼ିଶା ଦ୍ବିତୀୟ ପାଳି ୨୮୯ ରନ୍‌ରେ ସୀମିତ ରହିଥିଲା। ଯାହାଫଳରେ ଘରୋଇ ଦଳ ସମ୍ମୁଖରେ ୪୦ ରନ୍‌ର ଲକ୍ଷ ଧାର୍ଯ୍ୟ ହୋଇଥିଲା। ତେଣୁ ବିନା କୌଣସି କ୍ଷତିରେ ମହାରାଷ୍ଟ୍ର ଏହି ମ୍ୟାଚ୍‌କୁ ଜିତିବା ସହ ବୋନସ ପଏଣ୍ଟ ହାସଲ କରିଥିଲା।

ଶେଷ ଦିନରେ ଶାନ୍ତନୁ ମିଶ୍ର ୨୧ ଓ ଶୁଭ୍ରା˚ଶୁ ସେନାପତି ପୁଣି ଥରେ ନିରାଶ କରି ମାତ୍ର ୧୨ ରନ୍‌ ଭିତରେ ଆଉଟ୍‌ ହୋଇଥିଲେ। ଏହାପରେ ଅନୁରାଗ ଷଡ଼ଙ୍ଗୀ ଓ ଗୋବିନ୍ଦ ପୋଦ୍ଦାର ପାଳି ସମ୍ଭାଳିବା ସହ ୯୪ ରନ୍‌ର ଭାଗୀଦାରି କରିଥିଲେ। ଅର୍ଧଶତକ ଅର୍ଜନ କରି ଖେଳୁଥିବା ଅନୁରାଗ ୭୩ ରନ୍‌ କରିଥିଲା ବେଳେ ନିଜ ଵିକେଟ୍‌ ହରାଇଥିଲେ। କିନ୍ତୁ ଏହାପରଠୁ ଅନ୍ୟ କୌଣସି ଖେଳାଳି ଗୋବିନ୍ଦଙ୍କୁ ଉଚିତ୍‌ ସହଯୋଗ ଦେଇପାରିନଥିଲେ। ଏହାସତ୍ତ୍ବେ ସେ ଏକାକୀ ଗୋଟିଏ ପଟରୁ ବ୍ୟାଟି˚ ଜାରି ରଖି ସପ୍ତମ ଶତକ ହାସଲ କରିଥିଲେ। ଗୋବିନ୍ଦ ୧୮୭ ବଲ୍‌ରୁ ୧୧୮ (୧୪ ଚୌକା, ୨ ଛକା) ରନ୍‌ ସ˚ଗ୍ରହ କରିବା ପରେ ଆଉଟ୍‌ ହୋଇଥିଲେ। ପ୍ରତିପକ୍ଷ ଦଳର ମୁକେଶ ଚୌଧୁରୀ ୪, ଆଶାୟ ପାଲକର ଓ ସତ୍ୟଜିତ ବଚ୍ଚାଭ ୩ ଲେଖାଏଁ ଵିକେଟ୍‌ ନେଇଥିଲେ। ମାତ୍ର ୩୯ ରନ୍‌ର ଅଗ୍ରଣୀ ପାଇଥିବା ଓଡ଼ିଶା ଶେଷ ଘଣ୍ଟାରେ ଘରୋଇ ଦଳକୁ ୪୦ ରନ୍‌ର ଲକ୍ଷ୍ୟ ଦେଇଥିଲା। ଏହାକୁ ପିଛା କରିଥିବା ମହାରାଷ୍ଟ୍ରକୁ ରାହୁଲ ତ୍ରିପାଠୀ (୨୧*) ଓ ଅଙ୍କିତ ବାେଵଁ (୧୪*) ବିଜୟୀ କରାଇଥିଲେ।

ସ˚କ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି ୨୯୩। ମହାରାଷ୍ଟ୍ର ପ୍ରଥମ ପାଳି ୧୪୯.୫ ଓଭରରେ ୫୪୩/୫ (ଘୋଷିତ)। ଓଡ଼ିଶା ଦ୍ବିତୀୟ ପାଳି ୮୬.୧ ଓଭରରେ ୨୮୯ (ଅନୁରାଗ ଷଡ଼ଙ୍ଗୀ ୭୩, ଗୋବିନ୍ଦ ପେଦ୍ଦାର ୧୧୮, ମୁକେଶ ଚୌଧୁରୀ ୪/୯୯, ଆଶାୟ ପାଲେକର ୩/୩୬, ସତ୍ୟଜିତ ବଚ୍ଚାଭ ୩/୮୦)। ମହାରାଷ୍ଟ୍ର ଦ୍ବିତୀୟ ପାଳି ୧୧ ଓଭରରେ ୪୦/୦ (ରାହୁଲ ତ୍ରିପାଠୀ ୨୧*, ଅଙ୍କିତ ବାେଵଁ ୧୪*)।

ନକ୍‌ଆଉଟ ଦ୍ବାରରେ ଓଡ଼ିଶାର ଦୁଇ ପ୍ରତିଦ୍ବନ୍ଦ୍ବୀ
କଟକ: ବୋନସ ପଏଣ୍ଟରୁ ଚଳିତ ରଣଜୀ ଋତୁ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶାର ନକ୍‌ଆଉଟ ଖେଳିବା ଆଶା ଏବେ ଆଶଙ୍କା ଭିତରକୁ ଠେଲି ହୋଇଯାଇଛି। ଏଲିଟ୍‌ ଗ୍ରୁପ୍‌ ‘ସି’ରେ ଦଳମାନଙ୍କ ମଧ୍ୟରେ ଚାଲିଥିବା କଡ଼ା ପ୍ରତିଦ୍ବନ୍ଦ୍ବିତା ଯୋଗୁଁ ଓଡ଼ିଶାକୁ ଝାଡ଼ଖଣ୍ତ ବିପକ୍ଷ ଶେଷ ମ୍ୟାଚ୍‌ରେ ‘କର ବା ମର’ ସ୍ଥିତିର ସାମ୍ନା କରିବାକୁ ପଡ଼ିବ। କେବଳ ଏତିକି ନୁହେଁ ଭାଗ୍ୟ ଉପରେ ମଧ୍ୟ ଓଡ଼ିଶାକୁ ନିର୍ଭର କରିବାକୁ ହେବ। ଚଳିତ ଋତୁରେ ଅଷ୍ଟମ ପର୍ଯ୍ୟାୟ ସୁଦ୍ଧା ଏହି ଗ୍ରୁପ୍‌ରେ ଜମ୍ମୁ କାଶ୍ମୀର ସର୍ବାଧିକ ୩୯ ପଏଣ୍ଟ ସହ କ୍ବାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇସାରିଛି। ଏବେ ଦ୍ବିତୀୟ ଦଳ ପାଇଁ ଓଡ଼ିଶା (୩୫), ସର୍ଭିସେସ୍‌ (୩୩) ଓ ହରିଆଣା (୩୦) ମଧ୍ୟରେ ଟକ୍କର ହେବ। ଶେଷ ପର୍ଯ୍ୟାୟରେ ସର୍ଭିସେସ୍‌ର ମୁକାବିଲା ଛତିଶଗଡ଼ ସହିତ ଓ ହରିଆଣାର ମୁକାବିଲା ଜାମ୍ମୁ କାଶ୍ମୀର ସହିତ ହେବ। ତେଣୁ ଓଡ଼ିଶାକୁ ସିଧାସଳଖ କ୍ବାର୍ଟରରେ ପହଞ୍ଚିବାକୁ ହେଲେ ଝାଡ଼ଖଣ୍ତକୁ ହରାଇବାକୁ ପଡ଼ିବ ନଚେତ୍‌ ପାଳି ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ସ˚ଗ୍ରହ କରିବାକୁ ହେବ। ଅନ୍ୟପକ୍ଷରେ ଯଦି ଓଡ଼ିଶା ହାରିଯାଏ, ତାହେଲେ ସର୍ଭିସେସ୍‌ଠୁ ପରାଜୟ କିମ୍ବା ଅମୀମା˚ସିତ ୧ ପଏଣ୍ଟ ଏବ˚ ହରିଆଣାଠୁ ପରାଜୟ କିମ୍ବା ଅମୀମା˚ସିତ ମ୍ୟାଚ୍‌ ଆଶା ରଖିବାକୁ ହେବ। କିନ୍ତୁ ଏହି ଦୁଇଟି ଘଟଣା ଉପରେ ନିର୍ଭର କରିବା ଅପେକ୍ଷା ଝାଡ଼ଖଣ୍ତକୁ ହରାଇବା ଦିଗରେ ଓଡ଼ିଶାକୁ ଅଧିକ ଧ୍ୟାନ ଲଗାଇବାକୁ ହେବ।

ସମ୍ବନ୍ଧିତ ଖବର