ରଶ୍ମିତା-ପ୍ରଦୀପଙ୍କ ନିର୍ବନ୍ଧ

ଭୁବନେଶ୍ୱର: ବିଶ୍ୱ ବିଜୟିନୀ ମହିଳା କବାଡ଼ି ଖେଳାଳି ରଶ୍ମିତା ସାହୁ ଏବଂ ଜାତୀୟସ୍ତରର କବାଡ଼ି ଖେଳାଳି ପ୍ରଦୀପ ଜେନା ବିବାହ ବନ୍ଧନରେ ଆବଦ୍ଧ ଦେବାକୁ ଯାଉଛନ୍ତି। ଏହି ଦୁଇ କ୍ରୀଡ଼ାବିତ୍‌ଙ୍କର ବୁଧବାର ପଟିଆରେ ନିର୍ବନ୍ଧ ସଂପନ୍ନ ହୋଇଛି। ୨୬ ବର୍ଷ ବୟସ୍କା ରଶ୍ମିତା ଯାଜପୁର ଜିଲ୍ଲା କୁଆଖିଆ ବାସିନ୍ଦା ଦୁର୍ଯ୍ୟୋଧନ ଓ ସୀତାରାଣୀ ସାହୁଙ୍କ ସୂପୁତ୍ରୀ। ରଶ୍ମିତା ୨୦୧୨ ବିଶ୍ୱ ବିଜେତା ଭାରତୀୟ ମହିଳା ଦଳର ସଦସ୍ୟା ଥିଲେ। ସେ ଏବେ ଓଡ଼ିଶା ପୁଲିସ୍‌ରେ ସବ୍‌ଇନ୍‌ସପେକ୍ଟର ଭାବେ କାର୍ଯ୍ୟରତ। ସେହିପରି ୨୮ ବର୍ଷ ବୟସ୍କ ପ୍ରଦୀପ ହେଉଛନ୍ତି ପଟିଆ ବାସିନ୍ଦା ରବୀନ୍ଦ୍ର ଓ ଲିଲି ଜେନାଙ୍କ ସୂପୁତ୍ର। ପ୍ରଦୀପ ଏବେ କିଟ୍‌ ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର