ବିଶ୍ୱକପ୍‌ ସେମିଫାଇନାଲ: ରବୀନ୍ଦ୍ର ଜାଦେଜାଙ୍କ ଅର୍ଦ୍ଧଶତକ, ଭାରତର ସ୍କୋର ୧୭୧/୬

ମଂଚେଷ୍ଟର: ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ ରବୀନ୍ଦ୍ର ଜାଦେଜା ଅର୍ଦ୍ଧଶତକ ହାସଲ କରିଛନ୍ତି। ଜାଦେଜା ୩୯ଟି ବଲ ଖେଳି ଏହି ଉପଲବ୍ଧି ହାସଲ କରିଛନ୍ତି। ତାଙ୍କର ଅର୍ଦ୍ଧଶତକରେ ୩ଟି ଚୌକା ଓ ୩ଟି ଛକା ସାମିଲ ରହିଛି। ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ଟିମ୍‌ ଇଣ୍ଡିଆର ଆଗ ଧାଡ଼ିର ବ୍ୟାଟସ୍‌ମ୍ୟାନ୍‌ମାନେ ବିଫଳ ହେବା ପରେ ରବୀନ୍ଦ୍ର ଜାଦେଜା ଓ ମହେନ୍ଦ୍ର ସିଂହ ଧୋନି ଉପସ୍ଥିତ ବୁଦ୍ଧି ଲଗାଇ ଖେଳିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଭାରତ ୬ଟି ଓ୍ଵିକେଟ ହରାଇ ୪୩ ଓଭରରେ ୧୭୧ ରନ୍‌ କରିଛି।

ସମ୍ବନ୍ଧିତ ଖବର