ଘଣ୍ଟାପ୍ରତି ୧୫୦ କିଲୋମିଟର୍‌ ବେଗ ନିୟମିତ ଗତି: ଲତିଫ

ଦୁବାଇ : ଦିଲ୍ଲୀ କ୍ୟାପିଟାଲ୍ସର ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଅନରିଚ୍ ନର୍ଜେ ଆଇପିଏଲ୍‌ର ଦ୍ରୁତତମ ବଲ୍‌ (ଘଣ୍ଟା ପ୍ରତି ୧୫୬ କିଲୋମିଟର) ‌ବୋଲିଂ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି। ସେ ନିଜ ଦେଶର ଡେଲ୍ ଷ୍ଟେନ୍ (ଘଣ୍ଟାପ୍ରତି ୧୫୪ କିଲୋମିଟର)ଙ୍କ ଆଇପିଏଲ୍‌ କୀର୍ତ୍ତିମାନକୁ ପଛରେ ପକାଇଥିଲେ। ନର୍ଜେଙ୍କୁ ପୂର୍ବତନ ୱେଷ୍ଟଇଣ୍ଡିଜ୍ ଦ୍ରୁତ ବୋଲର ଇଆନ୍ ବିଶପ ଉଚ୍ଚ ପ୍ରଶଂସା କରିବା ପରେ ପୂର୍ବତନ ପାକିସ୍ତାନ ଅଧିନାୟକ ରସିଦ୍ ଲତିଫ ଏହାକୁ ଖଣ୍ଡନ କରିଛନ୍ତି।

ଲତିଫଙ୍କ କହିବା କଥା ହେଲା ଘଣ୍ଟାପ୍ରତି ୧୫୦ କିଲୋମିଟର୍‌ ବେଗଠାରୁ ଅଧିକ ଗତିରେ ବୋଲିଂ କରିବାରେ କିଛି ନୂତନତ୍ବ ନାହିଁ। ଏହା ଏକ ରୁଟିନ୍‌ ଗତି। ଅତୀତରେ କର୍ଟଲି ଆମ୍ବ୍ରୋସ, କର୍ଟନି ୱାଲ୍ସ, ଆନ୍ଥୋନି, ବ୍ରେଟ୍ ଲି, ୱାକର୍ ୟୁନିସ୍, ସେନ୍ ବଣ୍ଡ, ସୋଏବ୍ ଅଖତର ଏବଂ ମହମ୍ମଦ ସାମି ସଂଗତିପୂର୍ଣ୍ଣ ଭାବେ ଟେଷ୍ଟ୍ ଓ ଦିନିକିଆ ଆନ୍ତର୍ଜାତୀୟରେ ଏଭଳି ଗତିରେ ବୋଲିଂ କରିଛନ୍ତି। ଅନ୍ୟପକ୍ଷରେ ଆଇପିଏଲ୍‌ର ଦ୍ରୁତତମ ବଲ୍‌ ସମ୍ପର୍କରେ ଅବଗତ ନଥିବା କଥାକୁ ନର୍ଜେ ପୂର୍ବଦିନ ସ୍ବୀକାର କରିଥିଲେ। ‘ଏ ସମ୍ପର୍କରେ କୌଣସି ଧାରଣା ନ ଥିଲା’ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର