ଆଝାରୁଦ୍ଦିନ୍‌ଙ୍କୁ ଟପିଲେ ରୋହିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ରୋହିତ ଶର୍ମା ରବିବାର ବାଂଲାଦେଶ ବିପକ୍ଷ ଦିନିକିଆରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ଏହି ମ୍ୟାଚ୍‌ରେ ୨୭ ରନ୍‌ କରିବା ପରେ ରୋହିତ (୯,୪୦୩ ରନ୍‌) ସର୍ବାଧିକ ରନ୍‌ ହାସଲକାରୀ ଭାରତୀୟ ମଧ୍ୟରେ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି। ଏଥିସହ ସେ ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ (୯,୩୭୮)ଙ୍କୁ ଟପିଛନ୍ତି।

ରୋହିତ ୨୩୪ ମ୍ୟାଚ୍‌ (୨୨୭ ପାଳି) ଖେଳି ୪୮.୪୬ ହାରାହାରି, ୨୯ ଶତକ ଓ ୪୫ ଅର୍ଦ୍ଧଶତକ ସହ ୯,୪୦୩ ରନ୍‌ କରିଛନ୍ତି। ୩୩୪ ମ୍ୟାଚ୍‌ (୩୦୮ ପାଳି) ୩୬.୫୨ ହାରାହାରି, ୭ ଶତକ ଓ ୫୮ ଅର୍ଦ୍ଧଶତକ ସହ ୯,୩୭୮ ରନ୍‌ କରିଥିବା ଆଝାରୁଦ୍ଦିନ ସପ୍ତମକୁ ଖସିଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର (୧୮,୪୨୬) ଶୀର୍ଷରେ ଥିଲା ବେଳେ ତାଙ୍କ ପଛକୁ ବିରାଟ କୋହଲି (୧୨,୩୫୩), ସୌରଭ ଗାଙ୍ଗୁଲି (୧୧,୨୨୧), ରାହୁଲ ଦ୍ରାବିଡ଼ (୧୦,୭୬୮) ଓ ମହେନ୍ଦ୍ରସିଂହ ଧୋନି (୧୦,୫୯୯) ରହିଛନ୍ତି।

ସମ୍ବନ୍ଧିତ ଖବର