ଏସିଆ କପ୍ ୨୦୨୨: ଏହି କାରଣରୁ ଆଫଗାନିସ୍ତାନ ବିପକ୍ଷ ଶେଷ ମ୍ୟାଚ୍ ଖେଳିଲେନି ରୋହିତ ଶର୍ମା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏସିଆ କପ୍ ୨୦୨୨ର ଶେଷ ମ୍ୟାଚରେ ଖେଳୁନଥିବା ଦେଖାଯାଇଛି। ଆଜି ଟିମ୍ ଇଣ୍ଡିଆ ଆଫଗାନିସ୍ତାନ ବିପକ୍ଷ ଶେଷ ମ୍ୟାଚ୍ ଖେଳିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିବା ବେଳେ ରୋହିତ ଶର୍ମାଙ୍କୁ ଦେଖିବାକୁ ମିଳିନଥିଲା। ରୋହିତଙ୍କ ପରିବର୍ତ୍ତେ କେ.ଏଲ୍ ରାହୁଲ ଟସ୍ ପାଇଁ ପଡ଼ିଆକୁ ଆସିଥିଲେ। ଏହି ସମୟରେ ସେ ରୋହିତ କାହିଁକି ଏହି ମ୍ୟାଚ୍‌ରେ ଉପସ୍ଥିତ ନାହାନ୍ତି, ତାହାର କାରଣ ଜଣାଇଥିଲେ।

ଟସ୍ ପାଇଁ ଆସିଥିବା କ୍ୟାପଟେନ୍ କେ.ଏଲ୍ ରାହୁଲ କହିଛନ୍ତି ଯେ, ଦଳର ଅଧିନାୟକ ରୋହିତ ଶର୍ମା ଆଜିର ମ୍ୟାଚ୍ ଖେଳିବେ ନାହିଁ। କାରଣ ସେ ବିଶ୍ରାମ ନେବାକୁ ଚାହୁଛନ୍ତି। ଆଗକୁ ଟି-୨୦ ବିଶ୍ୱକପ ଥିବା ବେଳେ ରୋହିତ ବିଶ୍ରାମ କରନ୍ତୁ ବୋଲି ଦଳ ପରିଚାଳନା କମିଟି ଚାହୁଁଛି।

କେଏଲ ରାହୁଲ ଆହୁରି କହିଛନ୍ତି, ୟୁଜି (ଚହଲ), ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚର ଅଂଶ ନୁହଁନ୍ତି। ତାଙ୍କ ସ୍ଥାନରେ ଚହର, କାର୍ତ୍ତିକ ଏବଂ ଅକ୍ଷର ଦଳରେ ଯୋଗ ଦେଇଛନ୍ତି। ଏହି ଟୁର୍ନାମେଣ୍ଟକୁ ଆସିବା ପରେ ମଧ୍ୟ ଆମ ମନରେ ଟି-୨୦ ବିଶ୍ୱକପ ଥିଲା। ବିଶ୍ୱକପ ପୂର୍ବରୁ ଏହିପରି ଏକ ଟୁର୍ନାମେଣ୍ଟ ଖେଳିବା ଆମ ପାଇଁ ଏକ ଭଲ ଶିକ୍ଷା। ପରାଜୟରୁ ଆମେ କିଛି ଜିନିଷ ଶିଖିଛୁ। ବିଶ୍ୱକପରେ ପ୍ରତ୍ୟେକ ଖେଳାଳି ନିଭାଇବାକୁ ଥିବା ଭୂମିକାକୁ ଚୂଡ଼ାନ୍ତ ରୂପ ଦେବାକୁ ଚେଷ୍ଟା କରାଯାଉଛି।

ସମ୍ବନ୍ଧିତ ଖବର