କଙ୍ଗାରୁ ଖେଳାଳିଙ୍କ ପାଇଁ ସଚିନଙ୍କ ଦରଦ

ନୂଆଦିଲ୍ଲୀ: ବଲ୍‌ ବିକୃତ ପ୍ରସଙ୍ଗରେ ନିଲମ୍ବିତ ୩ କଙ୍ଗାରୁ କ୍ରିକେଟରଙ୍କ ପାଇଁ କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକର ଦରଦ ଦେଖାଇଛନ୍ତି। ‘କ୍ରିକେଟ୍‌ ଭଦ୍ରଲୋକଙ୍କ ଖେଳ। ମୋ ବିଶ୍ୱାସରେ ଏହା ସ୍ୱଚ୍ଛତା ସହିତ ଖେଳାଯିବା କଥା। ତେବେ ଯାହା କିଛି ଘଟିଗଲା ତାହା ଦୁର୍ଭାଗ୍ୟଜନକ। ଖେଳର ମହନୀୟତା ବଜାୟ ରଖିବା ଲାଗି ଠିକଣା କର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଜୟ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ କିଭଳି ଜିତିବା ତା’ଠାରୁ ମହତ୍ୱପୂର୍ଣ୍ଣ ବୋଲି ସଚିନ୍‌ ନିଜ ଟ୍ଵିଟର୍‌ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି। ନିଲମ୍ବିତ ଖେଳାଳିମାନେ ଅନୁତପ୍ତ ଏବଂ ବ୍ୟଥିତ। ଏବେ ସେମାନଙ୍କୁ ମାନସିକ ଦୁଃସ୍ଥିତି ଭିତରେ ଜୀଇଁବାକୁ ପଡ଼ିବ। କିନ୍ତୁ ପରିବାର ଥିବାରୁ ସେମାନଙ୍କ ପାଇଁ କିଛି ସମବେଦନା ରଖାଯାଉ ବୋଲି ସଚିନ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ବଲ୍‌ ବିକୃତ ସମ୍ପୃକ୍ତି ସ୍ପଷ୍ଟ ହେବା ପରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌, ଉପ ଅଧିନାୟକ ଡେଭିଡ୍‌ ଓ୍ଵାର୍ନରଙ୍କୁ ବର୍ଷେ ଲେଖାଏଁ ଏବଂ କାମେରନ୍‌ ବନ୍‌କ୍ରଫଟଙ୍କୁ ୯ ମାସ ପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆ ନିଲମ୍ବିତ କରିଛି।

ସମ୍ବନ୍ଧିତ ଖବର