‘ପିସିବି’କୁ ମିଳୁନି କୋଚ୍‌, ଫିକ୍ସିଙ୍ଗ ମାମଲାରେ ବହିଷ୍କୃତ ଏଜାଜ ଅହମ୍ମଦଙ୍କୁ ଦାୟିତ୍ୱ

କରାଚୀ: ମ୍ୟାଚ ଫିକ୍ସିଙ୍ଗ କାରଣ ଯୋଗୁଁ ୪ ବର୍ଷ ପୂର୍ବରୁ ବହିଷ୍କୃତ ହୋଇଥିବା ଏଜାଜ ଅହମଦ ଜୁନିଅରଙ୍କୁ ଡିସେମ୍ବରରେ କରାଚୀ ଏବଂ କଲମ୍ବୋରେ ଖେଳାଯିବାକୁ ଥିବା ‘ଏସୀୟ ଏମାଜିଙ୍ଗ୍‌ ନେସନସ୍‌’ କପ୍‌ ପାଇଁ ପାକିସ୍ତାନ ଟିମ୍‌ର କୋଚ ଭାବରେ ନିଯୁକ୍ତି କରାଯାଇଛି।

ପାକିସ୍ତାନ କ୍ରିକେଟ୍‌ ବୋର୍ଡଙ୍କ ଦ୍ୱାରା ଏଭଳି ପଦକ୍ଷେପ ନିଆଯିବା ପରେ ପ୍ରଶଂସକମାନେ ଦୁଃଖ ପ୍ରକାଶ କରିଚନ୍ତି। ପିସିବିର ଜଣେ ଅଧିକାରୀ କହିଛନ୍ତି ଯାଞ୍ଚରେ ଏଜାଜ ଅହମଦଙ୍କ ବିରୋଧରେ କିଛି ତ୍ରୁଟି ସୂଚନା ମିଳି ନାହିଁ। ସେ ଘରୋଇ କ୍ରିକେଟରେ ପ୍ରଥମ ଥର କୋଚିଂ ଦେଉଛନ୍ତି।

ପାକିସ୍ତାନ ତରଫରୁ ୨ଟି ଟେଷ୍ଟ ମ୍ୟାଚ ଏବଂ ୨ଟି ଦିନିକିଆ ଖେଳିଥିବା ୪୯ ବର୍ଷିଅ ଏଜାଙ୍କ ନାଁରେ ଘରୋଇ ଟି-୨୦ ମ୍ୟାଚରେ ଫିକ୍ସିଙ୍ଗ ଅଭିଯୋଗ ଆସିଥିଲା। ଏହା ପରେ ପିସିବି ଏଜାଜଙ୍କ ବିଭିନ୍ନ ସମୟରେ ପଚରାଉଚରା କରାଯାଇଥିଲା। ପିସିବିର ଯାଞ୍ଚ ସମୟରେ ଏଜାଜଙ୍କ ବିରୋଧରେ ହୋଇଥିବା ଅଭିଯୋଗ ନେଇ କୌଣସି ପ୍ରମାଣ ପାଇ ନାହିଁ।

ସମ୍ବନ୍ଧିତ ଖବର