ସାଗୁଆ କପ୍‌ ସେମିଫାଇନାଲ୍‌ରେ ଯୋଡ଼ା

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ସାଗୁଆଠାରେ ଚାଲିଥିବା ମା’ ଉପୁଳାଇ ସାଗୁଆ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଯୋଡ଼ାର ଗବର ଏକାଦଶ ସେମିଫାଇନାଲ୍‌ରେ ପ୍ରଥମ ଦଳ ଭାବେ ପ୍ରବେଶ କରିଛି। ସୋମବାର ଯୋଡ଼ା ଦଳ ୭ ୱିକେଟ୍‌ରେ କଟକର ଭି ଲାୟନ୍‌ ଦଳକୁ ପରାସ୍ତ କରିଥିଲା। ଭି ଲାୟନ୍‌ ୧୨୬ ରନ୍‌ କରିଥିଲା। ଅଞ୍ଜନ କୁମାର ନାୟକ ୩୪ ଓ ‌ଜ୍ୟୋତିରଂଜନ ଦଳାଇ ୨୪ ରନ୍‌ କରିଥିଲେ। ଯୋଡ଼ା ପକ୍ଷରୁ ବିକାଶ ରାଉତ ୨ ୱିକେଟ୍‌ ନେଇଥିଲେ। ଜବାବରେ ବିକାଶ ରାଉତ (୫୨*)ଙ୍କ ଅପରାଜିତ ଅର୍ଧଶତକ ଏବଂ ଶେଖର ସ୍ବାଇଁଙ୍କ ଉପଯୋଗୀ ୪୮ ରନ୍‌ ବଳରେ ଯୋଡ଼ା ଦଳ ୩ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ବିକାଶ ରାଉତଙ୍କୁ ଅତିଥି ମାନୋଜ ସାହୁ ଓ ଫଣୀଭୂଷଣ ପଟ୍ଟନାୟକ ମ୍ୟାଚ୍‌ର ଶ୍ରେ‌ଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ଦେବାଶିଷ ନାୟକ ଏବଂ ଜୟଦେବ ନାୟକ ଅମ୍ପାୟର ରହିଥିଲେ।

ସମ୍ବନ୍ଧିତ ଖବର