ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି: ବିପ୍ଲବ, ଗୋବିନ୍ଦଙ୍କ ଅର୍ଧଶତକ; ଓଡ଼ିଶା ବିଜୟୀ

କଟକ: ବିପ୍ଲବ ସାମନ୍ତରାୟଙ୍କ ଅର୍ଧଶତକ ଓ ଗୋବିନ୍ଦ ପୋଦ୍ଦାରଙ୍କ ଅଲରାଉଣ୍ତ ପ୍ରଦର୍ଶନ ବଳରେ ସୁରଟରେ ଖେଳାଯାଇଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଗ୍ରୁପ୍‌-ଇ ଅନ୍ତର୍ଗତ ଏକ ମ୍ୟାଚ୍‌ରେ ଗୁରୁବାର ଓଡ଼ିଶା ୪୯ ରନ୍‌ରେ ସୌରାଷ୍ଟ୍ରକୁ ହରାଇଛି। ସିକିମ୍‌ ବିପକ୍ଷ ମ୍ୟାଚ୍‌ ପରେ ଏହା ଥିଲା ଓଡ଼ିଶାର ଦ୍ବିତୀୟ ବିଜୟ। ଟସ୍‌ ଜିତି ବ୍ୟାଟି˚ ନେଇଥିବା ଓଡ଼ିଶା ନିର୍ଧାରିତ ଓଭର ସୁଦ୍ଧା ୫ ଵିକେଟ ବିନିମୟରେ ୧୬୩ ରନ୍‌ କରିଥିଲା। ଗୋବିନ୍ଦ ୫୭, ଶୁଭ୍ରା˚ଶୁ ସେନାପତି ୧୯ ଓ ଅରବିନ୍ଦ ସି˚ହ ୧୪ ରନ୍‌ କରି ଆଉଟ ହୋଇଥିଲା ବେଳେ ବିପ୍ଲବ ୬୦ ରନ୍‌ର ବିସ୍ଫୋରକ (୩୫ ବଲ୍‌, ୫ ଚୌକା, ୨ ଛକା) ପାଳି ଖେଳିଥିଲେ। ସୌରାଷ୍ଟ୍ରର ଜୟଦେବ ଉନାଦକତ, କୁଶାଙ୍ଗ ପଟେଲ ଓ ଜୟ ଚୌହାନ ଗୋଟିଏ ଲେଖାଏ ଵିକେଟ ପାଇଥିଲେ। ଜବାବରେ ସୌରାଷ୍ଟ୍ର ୩ ବଲ୍‌ ପୂର୍ବରୁ ୧୧୪ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ହର୍ବିକ ଦେଶାଇ ସର୍ବାଧିକ ୨୬ ରନ୍‌ କରିଥିଲେ। ବିଜୟୀ ଦଳର ଗୋବିନ୍ଦ ୩, ଅଙ୍କିତ ଯାଦବ, ଦେବବ୍ରତ ପ୍ରଧାନ ଓ ପପୁ ରଏ ଦୁଇଟି ଲେଖାଏ ଵିକେଟ ନେଇଥିଲେ। ଗୁରୁବାର ଦଳ ସହ ଯୋଗଦେଇଥିବା ରାଜେଶ ମହାନ୍ତିଙ୍କୁ ବିଶ୍ରାମ ଦେବା ବଦଳରେ ଏହି ମ୍ୟାଚ୍‌ରେ ଖେଳାଯାଇଥିଲା। କିନ୍ତୁ ସେ ପ୍ରଭାବୀ ହେବା ବଦଳରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ରାଜେଶ ତାଙ୍କ ୩ ଓଭରରେ ୩୨ ରନ୍‌ ବ୍ୟୟ କରିଥିବା ବେଳେ ୱିକେଟ୍‌ ଶୂନ୍ୟ ରହିଥିଲେ। ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ ଶୁକ୍ରବାର ଗୁଜୁରାଟ ବିପକ୍ଷରେ ଖେଳିବ।

ସମ୍ବନ୍ଧିତ ଖବର